logo
add image
ସ୍ବାଧୀନତା ସଂଗ୍ରାମୀ ଓ ଉତ୍କଳ ସୋମନାଥ ପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ

ସ୍ବାଧୀନତା ସଂଗ୍ରାମୀ ଓ ଉତ୍କଳ ସୋମନାଥ ପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ

କାକଟପୁର/୧୫/୧/୨୦୨୬/(ଆଧାରମିଡିଆ-ତୁଷାର ଦୀକ୍ଷିତ)-ଆଜି ବର୍ଷିୟାନ କମ୍ୟୁନିଷ୍ଟ ଜନନେତା ଅଣବନ୍ଦୀ ସ୍ଵାଧୀନତା ସଂଗ୍ରାମୀ ସମିତିର ସଭାପତି ଓ ଉତ୍କଳସଂଗ୍ରାମୀ ସ୍ମୃତି ସମିତିର ପୂର୍ବତନ ସଭାପତି ସୋମନାଥ ପାତ୍ରଙ୍କ ବିୟୋଗରେ ଅଞ୍ଛଳ ଭାରତ କଂଗ୍ରେସ କମିଟି କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ତଥା ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ସଭାପତି ଅମିୟ କୁମାର ପଟ୍ଟନାୟକ,କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତୁଷାର କାନ୍ତୀ ବେହେରା,କମ୍ୟୁନିଷ୍ଟ ନେତା ଆଶିଷ କୁମାର କାନୁନଗୋ ଗଭୀର ଶୋକ ପ୍ରକାଶ କରିବା ସହିତ ପୂର୍ବାହ୍ନରେ ସ୍ଵର୍ଗତ ପାତ୍ରଙ୍କ କନିଷ୍ଠ ପୁତ୍ରଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଯାଇ ମରଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ସ୍ଵର୍ଗତ ପାତ୍ର ଜଣେ ସାମ୍ୟବାଦୀ ତଥା ମାର୍କ୍ସବାଦୀ ଦର୍ଶନର ପ୍ରବକ୍ତା, ଓଡ଼ିଶା କୃଷକ ଆନ୍ଦୋଳନର ଜଣେ ପ୍ରବୀଣ ନେତା ଏବଂ ପ୍ରଗତିଶୀଳ ଚିନ୍ତାଧାରାର ମଣିଷ ପରି ମଣିଷଟିଏ ଥିଲେ।
 ପୁରୀ ଜିଲ୍ଲାକାକଟପୁରନ ବ୍ଲକ ଅନ୍ତର୍ଗତ ବାଜପୁର ଗ୍ରାମରେ ଜନ୍ମ ଗ୍ରହଣ କରି ନିଜ ଅଞ୍ଚଳ ସହିତ ସମଗ୍ର ରାଜ୍ୟରେ ଜଣେ ସୁପ୍ରତିଷ୍ଠିତ ଜଣାଶୁଣା ଜନନେତା ଥିଲେ ବୋଲି ସେମାନେ ଏକ ଶୋକ ବାର୍ତ୍ତାରେ କହିଛନ୍ତି।ସ୍ଵର୍ଗତ ପାତ୍ର ଦୀର୍ଘ ବର୍ଷ ହେଲା ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ସଭାପତି ରୂପେ ରହି ସଂଗ୍ରାମୀମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ ଗଠନମୂଳକ କାର୍ଯ୍ୟ କରିଛନ୍ତି ।ଏଣୁ ତାଙ୍କ ବିୟୋଗରେ କାକଟପୁରବାସୀ ଜଣେ ପ୍ରମୁଖ ମୁରବୀଙ୍କୁ ହରାଇଲା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
 ଅନ୍ୟମାନଙ୍କମଧ୍ୟରେ ନିରଦ ବରଣ ମହାନ୍ତି, ସ୍ଵପ୍ଲେଶ୍ଵର ସାହୁ, ପଣ୍ଡିତ କାଳିନ୍ଦୀ ଚରଣ ଛାଟୋଇ, ମହେଶ୍ଵର ନାୟକ, ରବିନ୍ଦ୍ର କୁମାର ମହାନ୍ତି,ବୈଦ୍ୟନାଥ ମହାନ୍ତି,ଦେଶବନ୍ଧୁ ସ୍ୱାଇଁ ଚିତ୍ତ ରଞ୍ଜନ କର,ସତ୍ୟବ୍ରତ ଲେଙ୍କା, ଭୋଳାନାଥ ସ୍ୱାଇଁ, ପ୍ରମୋଦ କୁମାର ନାୟକ, ଅର୍ଜୁନ କୁମାର ମଲ୍ଲିକ,ହୃଶିକେଷ ରାଉତ, ବ୍ରଜବନ୍ଧୁ ସ୍ୱାଇଁ, ସମରେନ୍ଦ୍ର ଦିକ୍ଷୀତ, କ୍ଷୀରୋଦ ଚନ୍ଦ୍ର ମହାନ୍ତ,ଶଙ୍କରମିଶ୍ର ପ୍ରମୁଖ କର୍ମକର୍ତା ଓ ସଦସ୍ୟମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି            

Recent Comments

Leave Comments

Top