logo
add image
ପିପିଲି ବଜାର ଉଛେଦ.ଦ୍ଵିତୀୟ ଦିନରେ ସରକାରୀ ଜାଗା

ପିପିଲି ବଜାର ଉଛେଦ.ଦ୍ଵିତୀୟ ଦିନରେ ସରକାରୀ ଜାଗା

ପିପିଲି/୧୫/୦୧/୨୦୨୬/(ଆଧାର ମିଡ଼ିଆ)- ପିପିଲି ବଜାରରେ ସରକାରୀ ଜମିରୁ ଆରମ୍ଭ ହୋଇ ଦ୍ଵିତୀୟ ଦିନରେ ହୋଇଛି ଜବରଦଖଲ ଉଚ୍ଛେଦ।ବୁଲିଲା ବୁଲ୍‌ଡୋଜର,ମାଟିରେ ମିଶିଲା ଦୋକାନ ଘର। ଦୁଇ ଦିନିଆ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଶାସନ ପକ୍ଷରୁ ଆରମ୍ଭହୋଇ ହୋଇଛି ଉଚ୍ଛେଦ ପ୍ରକ୍ରିୟା।ସରକାରୀ ଜମି ଜବରଦଖଲ କରିଥିବା ଘର ଓ ଦୋକାନକୁ ପ୍ରଶାସନ ବୁଲ୍‌ଡୋଜର ଲଗାଇ ଉଛେଦ କରିଛି।ପ୍ରଥମ ଦିନରେ ଚାନ୍ଦୁଆ ନଗରୀ ପିପିଲିରୁ ଆରମ୍ଭ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଗୁରୁବାର ଦିନ ହାଟଛକ ଓ ଡେ଼ଲାଙ୍ଗ ଛକରେ ଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି। ଉଛେଦ ପ୍ରକ୍ରିୟା ବାକି ରହି ଥିବା ବେଳେ ଶନିବାର ଦିନ ଭଙ୍ଗାଯିବ ବୋଲି ଅଧିକାରୀ ମାନେ କହି ଛନ୍ତି.ଉଚ୍ଛେଦରେ ପିପିଲି ତହସିଲଦାର,ଅତିରିକ୍ତ ତହସିଲଦାର,ପିପିଲି NAC କାର୍ଯ୍ଯ ନିର୍ବାହୀ ଅଧିକାରୀ ଓ ଥାନା ଅଧିକାରୀଙ୍କ ସହିତ ପୁଲିସ ଫୋର୍ସ ଉପସ୍ଥିତ ଥିଲେ।ସେପଟେ ଥଇଥାନ ପୁର୍ବରୁ ଉଛେଦ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଠା ଦୋକାନୀ।          

Recent Comments

Leave Comments

Top