ବୌଦ୍ଧ/୧୫/୦୧/୨୦୨୬/(ଆଧାର ମିଡ଼ିଆ)- ସ୍ଥାନୀୟ ପାରିଜାତ ପେଲେସର ସମ୍ମିଳନୀ କକ୍ଷରେ ନୀଳଚକ୍ର ସାହିତ୍ଯ ସଂସଦ,ବୌଦ୍ଧଚକ୍ର ଓ ଭାବସମ୍ରାଟ ତରଫରୁ ମକର ମିଳନ ଓ ବ୍ଯାସକବି ଫକୀର ମୋହନ ସେନାପତିଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସର୍ବଶ୍ରୀ ପ୍ରଭାସ ଚନ୍ଦ୍ର ମିଶ୍ର,ପ୍ରାକ୍ତନ ଅଧ୍ଯକ୍ଷ,ମୁଖ୍ଯ ଅତିଥି, ଦୁଃଖିଶ୍ଯାମ ବେହେରା,ପ୍ରାବନ୍ଧିକ,ମୁଖ୍ଯବକ୍ତା,ସୁଶାନ୍ତ କୁମାର ମହାପାତ୍ର,ଶିଶୁ ସାହିତ୍ୟିକ, ଦିଲ୍ଲୀପ କୁମାର ବାଡତ୍ଯା,ସମ୍ମାନିତ ଅତିଥି, ଉତ୍ତମ କୁମାର ବେହେରା,ସମ୍ମାନିତ ବକ୍ତା ଭାବେ ଚିତ୍ତରଞ୍ଜନ ଦାଶ,ଉପଦେଷ୍ଟାଙ୍କ ସଭାପତିତ୍ବରେ ଯୋଗଦାନ କରିଥିଲେ। ସମସ୍ତ ଅତିଥିଙ୍କ ସହ ଡକ୍ଟର(ଇଂ) ସଞ୍ଜୟ କୁମାର ପଣ୍ଡା ଆଧୁନିକ ବିଜ୍ଞାନ ଯୁଗରେ ଫକୀର ମୋହନ ସେନାପତିଙ୍କ ସାରସ୍ବତ କୃତିର ପ୍ରାସଙ୍ଗିକତା ସମ୍ପର୍କିତ ଆଲୋଚନାଚକ୍ରରେ ମନୋଜ୍ଞ ମତ ପ୍ରକାଶ କରିଥୂଲେ।ଜଗନ୍ନାଥ ଉଦଘୋଷକ ଚନ୍ଦ୍ରକାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ। ଦ୍ବିତୀୟ ଅଧିବେଶନରେ ମୁଖ୍ଯ ଅତିଥି ଭାବେ ହୃଷିକେଶ ପ୍ରଧାନ,ଶିକ୍ଷାବିତ,ପ୍ରମୋଦିନୀ ବାଇ ଓ ଗିରିଶ କୁମାରମହାକୁଳ ,ଶିକ୍ଷକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।ସନ୍ତୋଷ କୁମାର କର୍ଣ୍ଣ ଓ ନବକିଶୋର ଦୀପ,ଶିକ୍ଷକ ଓ ସାହିତ୍ୟିକଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଶେଷରେ ମକର ମିଳନ ପର୍ବରେ ମକର ଚାଉଳର ଆତ୍ମୀୟ ଭାବରେ ଚିତ୍ତରଞ୍ଜନ ବେହେରା, ବ୍ଯଙ୍ଗ କବି ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments