logo
add image
ରେଢ଼ାଖୋଲ ଠାରେ ଉପଖଣ୍ଡସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନପାଇଁ ପ୍ରସ୍ତୁତିବୈଠକ

ରେଢ଼ାଖୋଲ ଠାରେ ଉପଖଣ୍ଡସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନପାଇଁ ପ୍ରସ୍ତୁତିବୈଠକ

ରେଢ଼ାଖୋଲ/୧୫/୦୧/୨୦୨୬/(ଆଧାର ମିଡ଼ିଆ):ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରାଜୀବ ଭବନ ଠାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନନିମନ୍ତେ ଏକ ପ୍ରସ୍ତୁତିବୈଠକ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରଶ୍ମିରଂଜନ ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ ମେହେର ସ୍ଥାନୀୟ ଗୋଷ୍ଠୀ ଉନୟନ ଅଧିକାରୀ, NAC EO ଅଧକ୍ଷ ପ୍ରଦୀପ ପ୍ରଧାନ ଦେବୋତର ବୋର୍ଡ ସଭ୍ୟ ଅରୁଣ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।ପୂର୍ବବର୍ଷଭଳି ଚଳିତବର୍ଷ ମଧ୍ୟ ଉକ୍ତଦିନ ପ୍ରତ୍ୟୁଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗଦ୍ଵାରା ସମଗ୍ର ସହରରେ ରାମଧୁନ ପରିବେଷଣ କରାଯିବ। ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୭ଘଣ୍ଟାରେ ପତାକା ଉତୋଳନ କରିବେ । ସକାଳ ଘ ୮.୩୦ ମିନିଟରେ  ମିନିଷ୍ଟାଡିୟମ୍ ଠାରେ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ ।ପ୍ୟାରେଡ୍ ଅଭ୍ୟାସ ନିମନ୍ତେ୨୧, ୨୨, ଓ ୨୪ ତାରିଖ ତିନିଦିନ ଧରି ଅଭ୍ୟାସ କରାଯିବା ନିମନ୍ତେ ସ୍ଥିର କରାଯାଇଛି l ଏଥି ନିମନ୍ତେ ଓଡ଼ିଆ ରଚନା ପ୍ରତିଯୋଗିତା,ଚିତ୍ରାଙ୍କନ ପ୍ରତିଯୋଗିତା,ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଭଳି ବିଭିନ୍ନ ପ୍ରତିଯୋଗିତା ଗୁଡିକ ରାଣୀ ଅର୍ନପୂର୍ଣ୍ଣା ଉଚ୍ଚବିଦ୍ୟାଳୟ ଠାରେ ଆୟୋଜିତ ହେବାସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀ ଓ ବ୍ୟକ୍ତି ବିଶେଷଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି l ଏଥିରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଉପସ୍ଥିତରହି ପରିଚାଳନାରେ ସହଯୋଗ କରିଥିଲେ ।

Recent Comments

Leave Comments

Top