logo
add image
ଦୁଇଦିନିଆ ଜିଲ୍ଲାସ୍ତରୀୟ ମସ୍ୟ ଓ ପ୍ରାଣୀ ସମ୍ପଦ ମେଳା  ଅନୁଷ୍ଠିତ.

ଦୁଇଦିନିଆ ଜିଲ୍ଲାସ୍ତରୀୟ ମସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ.

ବୌଦ୍ଧ/୧୬/୦୧/୨୦୨୬/(ଆଧାର ମିଡ଼ିଆ)-ସ୍ଥାନୀୟ କଚେରୀ ପଡିଆରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ଓଡିଶା ସରକାରଙ୍କ ସହାୟତାରେ ଓ ବୌଦ୍ଧଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆୟୋଜନ କ୍ରମେ ଦୁଇଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜିତ ହୋଇଯାଇଛି l ପ୍ରଥମ ଦିନରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନାରୁ ଚାଷୀ ମାନେ କିପରି ଲାଭଉଠାଇ ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଫଳ କରିପାରିବେ ସେଥିପାଇଁ ଚାଷୀ ମାନଙ୍କୁ ଅନୁରୋଧ କରିଥିଲେ l
ଏହି ଉଦଘାଟନୀ ସଭାରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ସଭାପତିତ୍ୱ କରିଥିଲେ ଓ ସଂମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ, ଅନ୍ୟତମ ଅତିଥି ଭାବେ କନ୍ଧମାଳ ସାଂସଦ ଜିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ, ବୌଦ୍ଧ ବ୍ଲକଅଧକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ମଞ୍ଚାସୀନ ଥିଲେ ଓ ମେଳା ଆବାହକ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ରାମା ରାଓ ପାଲୋଙ୍କ ତତ୍ୱା ବଧlନରେ ଜିଲ୍ଲା ପ୍ରଶିକ୍ଷଣ ଅଧିକାରୀ ଡା ସଂଘମିତ୍ରା ପରମlଣିକ ସଂଯୋଜନା କରିଥିବାବେଳେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଦ୍ରୌପଦୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ମେଳରେ ବିଭିନ୍ନ ଷ୍ଟଲ ମାଧ୍ୟମରେ ସରକାରୀ ଯୋଜନାକୁ ପ୍ରଦର୍ଶନ କରିଥିବା ବେଳେ ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଉପରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଚାଷୀ ମାନଙ୍କୁ ଅର୍ଥ, ମାନପତ୍ର,ଉପଢୌକନ ସହିତ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ

Recent Comments

Leave Comments

Top