logo
add image
ବିଧାୟକଙ୍କ ଦ୍ୱାରା ଧାନମଣ୍ଡି ଉଦଘାଟନ.

ବିଧାୟକଙ୍କ ଦ୍ୱାରା ଧାନମଣ୍ଡି ଉଦଘାଟନ.

ପିପିଲି/୧୬/୧/୨୦୨୬/(ଆଧାର ମିଡ଼ିଆ)-ଆଜି ସାତଶଙ୍ଖ ବଜାର ସ୍ଥିତ ସରସ୍ବତିପୁର କୃଷକ ସେବା ସମବାୟ ସମିତି ଠାରେ ଧାନ ସଂଗ୍ରହକେନ୍ଦ୍ର (ଧାନ ମଣ୍ଡି) କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି ପିପିଲି - ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ଆଶ୍ରିତ ପଟ୍ଟନାୟକ.କୃଷକ ମାନଙ୍କ ହିତ ଉଦେଶ୍ୟରେ ଡେଲାଙ୍ଗ ପିପିଲିର ମାନ୍ୟବର ବିଧାୟକ ଶ୍ରୀ ପଟ୍ଟନାୟକ ବ୍ଲକ୍ ସୁରେରେ ମଧ୍ୟ ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରତ୍ୟେକ ଦିନ କେଉଁ କେଉଁ ଚାଷୀ ମାନଙ୍କ ଠାରୁ ସମବାୟ ସମିତି ଧାନ ଖରିଦ୍ କରିବ ତାହାର ଗୋଟିଏ ଚିଠା ସେହିଦିନ ସକାଳୁ ଧାନ ସଂଗ୍ରହ କେନ୍ଦ୍ରର ନୋଟିସ ଫଳକରେ ପ୍ରଦର୍ଶିତ କରିବା ପାଇଁ ସମସ୍ତ ବିଭାଗୀୟ ଅଧୂକାରୀ ଓ କର୍ମଚାରୀ ମାନଙ୍କୁ ମାନ୍ୟବର ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଯାହା ଫଳରେ ଚାଷୀ ମାନେ ଆଉ ଅଯଥା ଅପେକ୍ଷା କରି ଅସୁବିଧା ଭୋଗିବେ ନାହିଁ ବୋଲି ବିଧାୟକ ପ୍ରକାଶ କରିଛନ୍ତି।
ଏହି ସମାରୋହରେ ସରସ୍ବତିପୁର କୃଷକ ସେବା ସମବାୟ ସମିତିର ସଭାପତି, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସମବାୟ ସମିତି ପରିଷଦର ସଦସ୍ୟ ସଦସ୍ୟା, ସମିତି ଅଧୂନରେ ଥୂବା ଚାଷୀ, ଜିଲ୍ଲା ମୁଖ୍ୟ ସାଧାରଣ ବଣ୍ଟନ ଅଧୂକାରୀ,ତହସିଲଦାର ପିପିଲି, ବିଡ଼ିଓ ପିପିଲି, ପିପିଲି ବ୍ଲକ ବିପଣନ ନିରୀକ୍ଷକ,ARCS ପୁରୀ, ଅଞ୍ଚଳ ଅଧିକାରୀ ପିପିଲି ବ୍ଲକ୍ ଓ ଅନ୍ୟାନ୍ୟ ବିଭାଗୀୟ ଅଧୂକାରୀ ମାନେ ଉପସ୍ଥିତ ଥୂଲେ.ଧାନ ସଂଗ୍ରହ କ୍ଷେତ୍ରରେ ଚାଷୀ ମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ, ସେଥ୍ ପାଇଁ ଆସନ୍ତା କାଲି ଡେଲାଙ୍ଗ, ପିପିଲି ଦୁଇଟି ବ୍ଲକ୍ ର ସମସ୍ତ ସମବାୟ ସମିତି ର ସମ୍ପାଦକ, ମିଲର ଓ ବିଭାଗୀୟ ଅଧୂକାରୀ ମାନଙ୍କୁ ନେଇ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ମାନ୍ୟବର ବିଧାୟକ ଡକାଇଛନ୍ତି ବୋଲି ସୂଚନାମିଳିଛି.

Recent Comments

Leave Comments

Top