ଭବାନୀପାଟଣା/୧୬/୦୧/୨୬/(ଆଧାର ମିଡ଼ିଆ)-କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡରେ ମମତା ସ୍ଵେଛାସେବି ସଂଗଠନ ଦ୍ୱାରା ବଡ଼ବର୍ସୁଲ ଗ୍ରାମ ପଞ୍ଚାୟତ ସଭାଗୃହ ଠାରେ ସୁଶାସନ ଦିବସ ପାଳିତ ହୋଇଯାଇଛି.ବିଶେଷକରି ଗ୍ରାମାଞ୍ଚଳ ମାନଙ୍କରେ ସ୍ୱାସ୍ଥ୍ୟ, ଶିକ୍ଷ୍ୟା, ସ୍ୱଚ୍ଛତା ଏବଂ ପୃଷ୍ଟିକରତା ଆଦି ପରଖିବା ଉପରେ ଆଲୋଚନା ହୋଇଥିଲା।ସରକାରଙ୍କ ଲୋକାଭିମୁକ୍ଷୀ ଯୋଜନା କାର୍ଯ୍ୟକାରି ହେଉଛି କିନ୍ତୁ ତଳସ୍ତରରେ ଏହାର ସଠିକ ଉପଯଯୋଗ ନହୋଇପାରିବା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ଶିକ୍ଷ୍ୟା, ସ୍ବାସ୍ଥ୍ୟ, ସ୍ୱଛତା ଏବଂ ପୁଷ୍ଟିକରର ହାର ବହୁ ନଗଣ୍ୟ। ଏହାର ମାତ୍ରା ବଢାଇବା ନିମନ୍ତେ ବ୍ୟାପକ ସଚେତନତାର ଆବଶ୍ୟକତା ଅଛି. ତେଣୁକରି ମମତା ଦ୍ୱାରା ଆଗାମୀ ତିନିମାସ ମଧ୍ୟରେ ଗ୍ରାମାଞ୍ଚଳରେ ଆଶା, ଅଙ୍ଗନବାଡି କର୍ମୀମାନଙ୍କୁ ଉପଯୁକ୍ତ ଶିକ୍ଷ୍ୟା ଦିଆଯିବା ସହ ସେମାନଙ୍କ ଜରିଆରେ କିଭଳି ଅଧିକରୁ ଅଧିକ ମାତ୍ରରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନତାଙ୍କୁ ବ୍ୟାପକ ସଚେତନ କରାଯାଇପାରିବ ଆମର ଏହା ପ୍ରୟାଶ ବୋଲି ମମ ତାର ଜିଲ୍ଲା ସଂଯୋଜିକା ବର୍ଷାରାଣୀ ଦାସ ପ୍ରକାଶ କରିଥିଲେ. ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧର୍ମଗଡ଼ର ସିଡ଼ିପିଓ ଶ୍ରୀମତୀ ଧରିତ୍ରୀ ପାଣିଗ୍ରାହୀ,ସମ୍ମାନିତ ଅତିଥିଭାବେ ଏ. ବି. ଇ.ଓ ବିଶ୍ୱଜିତ୍ ବେହେରା ଏବଂ ସରପଞ୍ଚ ମୁକୁନ୍ଦ ସବର ଯୋଗଦେଇ ସୁଶାସନ ଉପରେ ନିଜର ବକ୍ତ୍ୟବ୍ୟ ରଖିଥିଲେ। ଏଥିରେ ସମସ୍ତ ବିଭାଗର ସଦସ୍ୟମାନେ ଯୋଗ ଦେଇଥିଲେ. ଯେପରିକି ଆଶା ଦିଦି, ଅଙ୍ଗନୱାଡି ଦିଦି,ଏ ଏନ ଏମ ଦିଦି, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ କାର୍ଯ୍ୟ କ୍ରମଟିକୁ ପ୍ରସଂଶା କରିଥିଲେ,ଉକ୍ତ କାର୍ଯ୍ୟକ୍ରମ ଟିକୁ ସଫଳ କରାଇବା ପାଇଁ ସ୍ଵେଛାସେବୀ ଅନୁଷ୍ଠାନ ମମତାର ସମସ୍ତ କାର୍ଯ୍ୟକତ୍ତା ବହୁ ସହଯୋଗ କରିଥିଲେ।
Recent Comments