ଢେଙ୍କାନାଳ/୨୧/୦୧/୨୦୨୬/(ଆଧାର ମିଡ଼ିଆ-ପ୍ରଦ୍ୟୋତ କୁମାର ବିଶ୍ୱାଳ)-ଏସୟୁଜେ ଓଡ଼ିଶା" ଢେଙ୍କାନାଳ ଜିଲ୍ଲା ଶାଖା ର ସାଙ୍ଗଠନିକ ବୈଠକ ଢେଙ୍କାନାଳ ଠାରେ ଅନୁଷ୍ଠିତ ହୋଇଯାଇଛି, ଜିଲ୍ଲାର ବହୁ ବରିଷ୍ଠ ସାମ୍ବାଦିକ ମାନେ ଯୋଗ ଦେଇଥିଲେ,ଆଜିର ଏହି ବୈଠକରେ ସମସ୍ତେ ସମସ୍ତଙ୍କର ଅନୁଭୂତି ବଖାଣି ଥିଲେ,ନିଷ୍କର୍ଷ ସୁରୂପ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ତଥା ଆବାହକ ଗଗନ ବିହାରୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠ କରେ ୨୦୨୬-୨୭ବର୍ଷ ପାଇଁ ନୂତନ ସଭାପତି ଭାବେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶଶୀମୌଳି ରଥ ଏବଂ ସାଧାରଣ ସମ୍ପାଦକ ଭାବେ ଯୁବ ସଂଗଠକ ପ୍ରଦ୍ୟୋତ କୁମାର ବିଶ୍ଵାଳଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଢେଙ୍କା ନାଳ ଜିଲ୍ଲା ଶାଖା ଏକ ଅଗ୍ରଣୀ ସଂଗଠନ ଭାବେ ପ୍ରତିଷ୍ଠା ଲାଭ କରିବବୋଲି ସଂଘର କାର୍ଯ୍ୟକର୍ତ୍ତା ମାନେ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ସଂଘପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକ ମଧୂପ ରଞ୍ଜନ ନନ୍ଦଙ୍କ ସହ ବରିଷ୍ଠ ସାମ୍ବାଦିକ ସଦାଶିବ ମହା ପାତ୍ର,ଡ଼. ଅମୀୟ କୁମାର ଚାନ୍ଦ,ଶ୍ୟାମ ସୁନ୍ଦର ସାହୁ,ସୁଶାନ୍ତ କୁମାର ପୋଥାଳ,ଜେନାମଣୀ ଦିଲ୍ଲୀପ କୁମାର ରାୟ, ଆଶୁତୋଷ ପଟ୍ଟନାୟକ,ମନୋଜ କୁମାର ପୋଥାଳ,ରବୀନ ଦାସ ପ୍ରମୁଖ ଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
Recent Comments