ଢେଙ୍କାନାଳ/୨୦/୦୧/୨୦୨୬/(ଆଧାର ମିଡ଼ିଆ-ପ୍ରଦ୍ୟୋତ କୁମାର ବିଶ୍ୱାଳ)-ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ମଙ୍ଗଳପୁର ଠାରେ ବିଂଶତମ ବାର୍ଷିକ ଉତ୍ସବ ଖୁବ ଧୂମଧାମରେ ପାଳିତ ହୋଇଯାଇଛି | ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ରସାନନ୍ଦ ଭୂତିଆ ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ | ଆଜିର ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ସୁଶିଲ କୁମାର ଚୌଧୁରୀ, ସିଭିଲ ହେଡ଼, (ଜି.ଏମ.ଆର) କମଳାଙ୍ଗ ଯୋଗଦେଇ ଥିଲେ, ସମ୍ମା ନିତ ଅତିଥିଭାବେ ଶ୍ରୀଯୁକ୍ତ ସତ୍ୟପ୍ରିୟ ସାହୁ,ପ୍ରୋଗ୍ରାମ ରିଡର (ଜି.ଏମ.ଆର) କମଳାଙ୍ଗ,ଆହୁରି ମଧ୍ୟ ଶ୍ରୀମତୀ କାନନ ବାଳା ରାଉତ (ସରପଞ୍ଚ)ମଙ୍ଗଳପୁର ଗ୍ରାମ ପଞ୍ଚାୟତ ଏହି ଉତ୍ସବରେ ଯୋଗଦେଇ ଥିଲେ, ମୁଖ୍ୟ ବକ୍ତାଭାବେ ଶ୍ରୀଯୁକ୍ତ ହେମନ୍ତ କୁମାର ଧର,ପୂର୍ବତନ ପ୍ରାନ୍ତ ସହ ନିରୀକ୍ଷକ, ଶିକ୍ଷା ବିକାଶ ସମିତି, ଓଡିଶା, ଯୋଗଦେଇ ଥିବା ବେଳେ କମିଟିର ଅନ୍ୟ ସଦସ୍ୟମାନେ ମଞ୍ଚାସୀନ ହୋଇଥିଲେ | ଏହି ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଶିବରାମ ବରାଳ ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ | ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁଧାକର ରାଉତ ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ | ମଞ୍ଚାସୀନ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରାଯିବ ସହ ବିଦ୍ୟାଳୟର ପ୍ରତିଷ୍ଠାତା,କୃତି ଛାତ୍ରଛାତ୍ରୀ ମାନଙ୍କୁ, କମିଟିର ପୂର୍ବତନ ସଦସ୍ୟ ଓ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା | ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା | ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, କମିଟିର ସଦସ୍ୟ ଓ ଅଭିଭାବକ ମାନଙ୍କ ସହଯୋଗରେ ଏହି ଉତ୍ସବ ମହାଆଡମ୍ବରରେ ପାଳନ କରାଯାଇଥିଲା |
Recent Comments