କଣିହାଁ/୧୭/୦୧/୨୦୨୬/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକରେ ଶନିବାର ଦିନ ପୂର୍ବାହ୍ନ ୧୦ ଘଟିକା ସମୟରେ ପବିତ୍ର ମୋହନ ସଭାଗୃହ କଣିହାଁ ଠାରେ ରାଷ୍ଟ୍ରଗୀତ ବନ୍ଦେ ମାତରମର ୧୫୦ ତମ ବାର୍ଷିକୀ ଅବସରରେ ବ୍ଳକସ୍ତରୀୟ ସମୂହ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ବନ୍ଦେ ମାତରମର ଗାନ ଉପଲକ୍ଷେ ଚଳିତ ମାସ ୧୨ ରିଖରେ ପିଏମ ଶ୍ରୀ ପବିତ୍ର ମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବ୍ଳକ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ପ୍ରବନ୍ଧ, ସଙ୍ଗୀତ, ବକ୍ତୃତା ଓ ଚିତ୍ରାଙ୍କନ ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ କଣିହାଁ ବ୍ଳକ୍ ର ପ୍ରତ୍ୟେକ ସ୍କୁଲ କଲେଜରେ ବନ୍ଦେ ମାତରମର ଗୀତ ଗାନପାଇଁ ପ୍ରଶିକ୍ଷଣ ଦେଇଥିବା ତିନିଜଣ ମୁଖ୍ୟ ପ୍ରଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ମାନ୍ୟବର ସାଂସଦ ଢେଙ୍କାନାଳଙ୍କ ପ୍ରତିନିଧି ତ୍ରିପୁରାରୀ ପ୍ରଧାନ,ତାଳଚେର ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପ୍ରଧାନ,ମାନ୍ୟବର ବିଧାୟକ ପାଳଲହଡାଙ୍କ ପ୍ରତିନିଧି ପହ୍ଲାଦ ସାମଲ, କଣିହାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ,ଏ ବିଡିଓ ସୁତିକ୍ଷ୍ଣା ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ମିଶ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଜନ କୁମାର ସାହୁ,କାର୍ଯ୍ୟ କାରୀ ସାମାଜିକ ଅଧିକାରୀ ଟୁକୁନା ବେହେରା,ସମେତ ବ୍ଳକ୍ ସମସ୍ତ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନେ ସମୂହ ରାଷ୍ଟ୍ର ଗୀତ ଗାନ କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ।
Recent Comments