କଣିହାଁ/୨୨/0୧/୨0୨୬/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଡେରଙ୍ଗ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟ ଅନୁଷ୍ଠିତହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଏବଂ ସନ୍ମାନୀତ ଅତିଥିଭାବେ ପାଳଲହଡା ବିଧାୟକ ଅଶୋକ ମହାନ୍ତି ଓ ଏନଟିପିସି କାର୍ଯ୍ୟ ନିର୍ବାହୀ ଅଧିକାରୀ କେ ଏନ ରେଡି,ମାନବ ସମ୍ବଳ ବିକାଶ ଏଜିଏମ ନବନୀତ ରଣା, ଉଦ୍ଘାଟନ କାର୍ଯ୍ୟରେ ସାମିଲ ଥିଲେ,ଏଥିରେ ପ୍ରଥମେ ସାଂସଦ ଓ ବିଧାୟକଙ୍କୁ ଡେରାଙ୍ଗ କାଳୀ ମନ୍ଦିର କମିଟି ସଭାପତି ଶିବରାମ ଦାଶ ସମ୍ବର୍ଦ୍ଧନାକରି ପରେ ମାଆଙ୍କ ଠାରେ ଦର୍ଶନ କରିଥିଲେ ଲ
ପ୍ରଥମେ ଡେରାଙ୍ଗ ଯାତ୍ରା ପଡିଆ ଠାରେ ଏନଟିପିସି ଦ୍ୱାରା ୫୬ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ଗ୍ରାମର ମୁଖ୍ୟ ରାସ୍ତାକୁ ଉଦ୍ଘାଟନ କରିଥିଲେ, ଦ୍ୱିତୀୟରେ ଡେରଙ୍ଗ ପାଞ୍ଚୟତର ଘଣ୍ଟିଆନାଳୀ ଠାରେ ୫୮ ଲକ୍ଷ ଟଙ୍କାରେ ଏକ ଆୟୁର୍ବେଦିକ ମେଡିକାଲ ଓ କ୍ଵାଟର ପାଇଁ ଭୂମି ପୂଜନ ଓ ଶିଳାନ୍ୟାସ ହୋଇଥିଲା, ଏବଂ ଘଣ୍ଟିଆ ନାଳୀ ଠାରୁ ବୋଲ ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତା ଡେରଙ୍ଗ ଦେହୁରୀ ସାହିଠାରୁ ଘଣ୍ଟିଆ ନାଳୀ କୁ ସଂଯୋଗ କରୁଥିବା ୨ଟି ମୁଖ୍ୟ ରାସ୍ତାର ସାଢେ ୮ କୋଟି ଟଙ୍କା ବେୟରେ ରାସ୍ତାର ଭୂମିପୂଜନ ଓ ଶିଳାନ୍ୟାସ ହୋଇଥିଲା.ଘଣ୍ଟିଆନାଳୀ ଠାରେ ଫରେଷ୍ଟ ଡିପାଟମେଣ୍ଟ ପକ୍ଷରୁ ସାଢେ ୮ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ଭିଏସଏସ ଗୃହ ଉଦ୍ଘାଟନ ପରେ, ଏନଟିପିସି ଦ୍ୱାରା ନିର୍ମିତ ହୋଇଥିବା ଡେରଙ୍ଗ ରାମ ମନ୍ଦିର ଠାରେ ୨୫ ଲକ୍ଷ ଟଙ୍କାରେ ଏକ ବିଶ୍ରାମଗାର ଗୃହକୁ ସାଂସଦ ଓ ବିଧାୟକଙ୍କ ଦ୍ୱାରା ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା l
ଉଦ୍ଘାଟନ ସ୍ଥଳରେ ପଞ୍ଚାୟତର ବିଜେପି କାର୍ଯ୍ୟକର୍ତ୍ତା ଏବଂ ଗ୍ରାମର ଗ୍ରାମବାସୀଙ୍କୁ ଉପସ୍ଥିତିରେ ଉଦବୋଧନ ଦେଇ ବିଧାୟକ କହିଥିଲେ ଇଲେକ୍ସନ ପୂର୍ବରୁ ପଞ୍ଚାୟତକୁ ବୁଲିଵାକୁ ଆସିଥିବା ବେଳେ, ଡେରଙ୍ଗ ଏବଂ ଘଣ୍ଟିଆନାଳୀ ମୁଖ୍ୟ ରାସ୍ତାର ସୂଚନୀୟ ଅବସ୍ଥାଦେଖି କାର୍ଯ୍ୟକର୍ତ୍ତାକୁ ଜବାବ ଦେଇଥିଲେ ଆମେ ସରକାରକୁ ଆସିଲେ ପ୍ରଥମେ ଏହି ରାସ୍ତାକାମ ନିର୍ମାଣ କରିବା ବୋଲି କହିଥିବା କଥା ଆଜି ପୂରଣ ହୋଇଛି ବୋଲି ବିଧାୟକ ବୈଠକରେ ପ୍ରକାଶ କରିଵା ସହିତ,ସାଂସଦ ଓ ବିଧାୟକଙ୍କ ମିଳିତ ସହଯୋଗରେ ଡେରଙ୍ଗ ପଞ୍ଚାୟତର ଏହି ସମସ୍ତ କାର୍ଯ୍ୟ ସମ୍ଭବ ହୋଇଥିବା ପ୍ରକାଶ କରିଥିଲେ l
ଶେଷରେ ମାନ୍ୟବର ସାଂସଦ କହିଥିଲେ ଦୁନିଆର ସବୁଠାରୁ ବଡ଼ ରାଜନୈୟୀତକ ଦଳ ହେଉଛି ଭାରତୀୟ ଜନତା ପାଟି ଯିଏକି ୪୫ ବର୍ଷର ଯୁବକ ରାଷ୍ଟ୍ର ସଭାପତି ହୋଇଛନ୍ତି, ସେହିପରି, ଡେରଙ୍ଗ କାକୁଡ଼ିଆ ପଞ୍ଚାୟତ ହେଉଛି ଏକ ସମ୍ବେଦନ ଶିଳ ପଞ୍ଚାୟତ ଏହି ପାଞ୍ଚୟତରୁ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ସନ୍ମାଦେଇ ଯୁବପିଢ଼ି ନେତୃତ୍ୱ ନେବାକୁ ଆଗେଇ ଆସି ଏହିଠାରୁ ନେତୃତ୍ୱନେଇ ଦେଶର ପ୍ରଧାନମନ୍ତ୍ରୀ ଏବଂ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତମୁଠାକୁ ଟାଣ କରିବାକୁ ଆଗେଇ ଆସନ୍ତୁ ବୋଲି ସାଂସଦ ବୈଠକରେ ଆହ୍ୱାନ କରିଥିଲେ କରିଥିଲେ l ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସଂଯୁକ୍ତା ବେହେରା, ସମିତି ମେମ୍ବର ସନ୍ତୋଷ ନାଏକ,ନାଏବ ସରପଞ୍ଚ ବୁଲୁ ସାହୁ,କଣିହାଁ ବିଡ଼ିଓ ତ୍ରିବିକ୍ରମ କୁମରା,ବ୍ଲକ ସହକାରୀ ନିବାହି ଯନ୍ତ୍ରୀ ଚିନ୍ମୟୀ ମିଶ୍ର, କଣିହାଁ ଥାନା ଅଧିକାରୀ, ରମଣୀ ରଞ୍ଜନ ଦଳେଇ, ଏବଂ ସାଂସଦ ଙ୍କ ପ୍ରତିନିଧି ତ୍ରିପୁରାରି ପ୍ରଧାନ, ଜିଲ୍ଲା ଉପସଭାପତି ନୁରସିଂହ ବରାଳ, ମଣ୍ଡଳ ସଭାପତି ହରେ କୃଷ୍ଣ ପ୍ରଧାନ, ଦେବେନ୍ଦ୍ର ବାରିକ ସୁମତ ପ୍ରଧାନ,ବିଜେପି ,ଜିପି ସଭାପତି ସୁମନ୍ତ ମହାନ୍ତି ବିଛନ୍ଦ ଚରଣ ସାହୁ, ଟିକନ ମହାନ୍ତି,ପବିତ୍ର ମୋହନ ସାହୁ ,ସୁରେଶ ସାହୁ, ଅନିଲ ସାହୁ, ପଳଉ ମହାନ୍ତି, ଝୁନା ସାହୁ, ଲିପୁ ପ୍ରଧାନ, କାନ୍ଦର୍ପ ବେହେରା,ସମେତ ପଞ୍ଚାୟତ ର ସମସ୍ତ ଗ୍ରାମର ସଭାପତି ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ, l
Recent Comments