logo
add image
ସର୍ଵ ଭାରତୀୟ ଲାଲ୍ ମନି ସ୍ମାରକୀ କ୍ରିକଫେଷ୍ଟ- ବିଶ୍ଵ ରେକର୍ଡ ସ୍କୋରସହ ସମ୍ବଲପୁର

ସର୍ଵ ଭାରତୀୟ ଲାଲ୍ ମନି ସ୍ମାରକୀ କ୍ରିକଫେଷ୍ଟ- ବିଶ୍ଵ ରେକର୍ଡ ସ୍କୋରସହ ସମ୍ବଲପୁର

ଦଳର ଚମକ୍ ପ୍ରଦ ବିଜୟ- ସୁବର୍ଣ୍ଣପୁର/୨୩/୦୧/୨୦୨୬/(ଆଧାର ମିଡ଼ିଆ)-ଆଜି ସର୍ବ ଭାରତୀୟ ଲାଲ୍ ମନି ସ୍ମାରକୀ କ୍ରିକେଟର ପଞ୍ଚମ ଦିବସରେ ସୋନିତ କ୍ରିକେଟ କ୍ଲବ୍ (ଦିଲ୍ଲୀ) ଓ ସମ୍ବଲପୁର ଏମ୍ ଏମ୍ ସି ସି ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା l ଟି ୨୦  ମ୍ୟାଚରେ ଟସ୍ ଜିଣି ସମ୍ବଲପୁର ଦଳ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୩୫୨ ରନ ବିଶାଳ ସ୍କୋରକରି ବିଶ୍ଵରେକର୍ଡ କରିଥିଲେ l ସମ୍ବଲପୁର ଦଳପକ୍ଷରୁ ଅଶ୍ଵିନୀ ଚିଲ୍ଲର ୩୯ ବଲରେ ୧୧୧ ରନ୍, ଅନ୍ମୋଲ ୧୫ ବଲରେ ୪୫ ରନ୍, ମନୁ ଶୁକ୍ଳା ୧୮ ବଲରେ ୭୩ ରନ୍, ଲକ୍ଷ୍ୟ ୨୯ ବଲରେ ୬୪ ରନ୍ କରିଥିଲେ l ଦିଲ୍ଲୀ ଦଳ ପକ୍ଷରୁ ରୋଶନ ବିଷ୍ଟ ସର୍ବାଧିକ ୩ ଟି ୱିକେଟ୍, ରାକେଶ ମାହାତୋ ୨ ଟି ୱିକେଟ୍ ହାସଲ କରିଥିଲେ l
ପ୍ରତି ଉତ୍ତରରେ ଦିଲ୍ଲୀଦଳ ମାତ୍ର ୧୪୯ ରନକରି ଅଲ୍ ଆଉଟ୍ ହୋଇଥିଲେ l ଦଳପକ୍ଷରୁ ଶ୍ରୀନାଥ ରାଉତ ୩୭ ରନ୍, ରୋହନ ଦାସ ୧୩ ବଲ ୨୯ ରନ୍, ନବୀନ କୁମାର୍ ୧୯ ବଲ ୩୨ ରନ୍ କରିଥିଲେ l ସମ୍ବଲପୁର ପକ୍ଷରୁ ୟସ୍ ପାଲ ଶର୍ମା ସର୍ବାଧିକ ୪ ଟି ୱିକେଟ୍, ଯୁଦ୍ଧବିର ୨ ଟି ୱିକେଟ୍, ପ୍ରଦୀପ ପଧାନ, ମନୁ ଶୁକ୍ଳା, ଯୋଗେଶ କୁମାର୍, ଓ ମନୀଷ ଶେରାୱତ ପ୍ରତ୍ୟେକ ୧ ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ l
 ଟି ଟେନ ମ୍ୟାଚରେ ୩ ୱିକେଟ୍ ହରାଇ ୧୦ ଓଭରରେ ୨୦୫ ରନ୍ ସଂଗ୍ରହ କରିଥିଲେ l ଦଳ ପକ୍ଷରୁ ଅଶ୍ଵିନୀ ଚିଲ୍ଲର ୨୪ ବଲରେ ୯୮ରନ୍, ଲକ୍ଷ୍ୟ ୧୭ ବଲରେ ୩୭ ରନ, ହିମାଂଶୁ ୧୧ ବଲରେ ୨୯ ରନ କରିଥିଲେ l ଦିଲ୍ଲୀଦଳ ପକ୍ଷରୁ ରୋଷନ ବିଷ୍ଟ ,ସୁବାଷ ଚକ୍ରବର୍ତ୍ତୀ, ନବୀନ କୁମାର୍ ୧ ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ l ପ୍ରତି ଉତ୍ତରରେ ଦିଲ୍ଲୀ ଦଳ ୮ ୱିକେଟରେ ୧୦ ଓଭରରେ ମାତ୍ର ୮୨ ରନ କରି ପାରିଥିଲେ l ନବୀନ କୁମାର୍ ୧୪ ବଲରେ ୨୮ ରନ୍, ରାକେଶ ମାହାତୋ ୧୭ ରନ୍, ଉପେନ୍ଦ୍ର ପାଲ ୧୨ ରନ କରିଥିଲେ l ସମ୍ବଲପୁର ଦଳପକ୍ଷରୁ ୟସ ଶର୍ମା ,ଅଜୟ ଯାଦବ , ଯୋଗେଶ କୁମାର ଓ ପ୍ରଦୀପ ପଧାନ ପ୍ରତ୍ୟେକ ୨ ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ l
ଆଜିର ମ୍ୟାଚରେ ଅତିଥି ଭାବେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ସମାଜସେବୀ ଶ୍ରୀକାନ୍ତ ମିଶ୍ର, ଡ୍ରଗିଷ୍ଟ ଏଣ୍ଡ କେମିଷ୍ଟ ସଂଘ ସଂପାଦକ ସତ୍ୟ ନାରାୟଣ ଦର୍ୱାନ, ଓ ବଗଳା   ଜ୍ୱେଲେର୍ସ ମାଲିକ ରୁପେଶ ଅଗ୍ରୱାଲ ଯୋଗ ଦେଇ ମ୍ୟାଚ୍ ଉଦ୍ଘାଟନ କରିଥିଲେ l ପୁରସ୍କାର ବିତରଣ ଉତ୍ସବ ରେ ଅତିଥି ଭାବେ ସୁଧାଂଶୁ ଗଡତିଆ ଓ ସନାତନ ଦାଶ ଯୋଗ ଦେଇ ଆଜିର ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ ହୋଇଥିବା ସମ୍ବଲପୁର ଦଳ ଖେଳାଳୀ ଅଶ୍ଵିନୀ ଚିଲ୍ଲର ଙ୍କୁ ସମ୍ୱର୍ଦ୍ଧିତ କରିଥିଲେ l ପ୍ରୁଥିରାଜ ମିଶ୍ର, ଅମିୟ ସାହୁ ମ୍ୟାଚ୍ ପରିଚାଳନା କରିଥିଲେ l କ୍ଷେତ୍ର ବାସୀ ସାହୁ ସ୍କୋରର ଭାବେ ଅନ୍ ଲାଇନ୍ ସ୍କୋରର୍ ଭାବେ ହିମାଂଶୁ ପଧାନ, ବିଶ୍ୱ ନାଥ ନାୟକ ଦାୟିତ୍ବ ତୁଲାଇ ଥିଲେ l ବି ଏସ ରାଓ, ଅଚ୍ୟୁତ ମିଶ୍ର, ପାର୍ଥ ସାରଥୀ ଦାଶ, ବିନୋଦ ମହାକୁଡ ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ l

Recent Comments

Leave Comments

Top