logo
add image
ଏନଟିପିସି ଟାଉନ ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ

ଏନଟିପିସି ଟାଉନ ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ

କଣିହାଁ/୨୩/୦୧/୨୦୨୬/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)- ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନାରେ ନୂତନ ଥାନା ଭାରପ୍ରାପ୍ତ ଅଧିକାରିଣୀ ସଂଯୁକ୍ତା ଖିଲାର ବୁଧବାର ଯୋଗଦାନ କରିଥିବା ଜଣାପଡିଛି I ପୂର୍ବରୁ ଶ୍ରୀମତୀ ଖିଲାର ଅନୁଗୋଳ ସଦର ଥାନାରେ ଅତିରିକ୍ତ ଭାରପ୍ରାପ୍ତ ଅଧିକାରିଣୀ ଭାବେ ଦାଇତ୍ୱ ଗ୍ରହଣ କରିଥିଲେ l  ବୁଧବାର ଠାରୁ ବିଧିବଧ ଭାବେ ଏନଟିପିସି ଆଇଆଇସି ସନ୍ତୋଷ କୁମାର ସେଠୀଙ୍କ ଠାରୁ,ଶ୍ରୀମତୀ ଖିଲାର ଦାୟତ୍ୱ ଗ୍ରହଣ କରିଥିଲେ । ନୂତନ ଆଇଆଇସିଙ୍କ ସୂଚନାରୁ ପ୍ରକାଶ ଯେ ଆଇନ ଶୃଖଳା,ଓ ବରିଷ୍ଠ ନାଗରିକଙ୍କ ସମେତ ମହିଳାମାନଙ୍କୁ ସନ୍ମାନର ସହିତ ନ୍ୟାୟପ୍ରଦାନ କରିବା ଓ ନିଶା ସେବନକରି ଗାଡି ଚଳାଇବା ଏବଂ ଅମାନିଆଙ୍କ ପ୍ରତି ଦୃଢ଼ କାଯ୍ୟନୁଷ୍ଠାନ ଗ୍ରହଣକରି ଆଇନ ଶୃଙ୍ଖଳାକୁ ବଜାୟ ରଖିବା  ପ୍ରଥମ କାମହେବ ବୋଲି ଆଇଆଇସି ଶ୍ରୀମତୀ ଖିଲାର ପ୍ରକାଶ କରଥିଲେ   l

Recent Comments

Leave Comments

Top