logo
add image
ସମାଜସେବି କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜସେବି କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

କଣିହାଁ/୨୪/୦୧/୨୦୨୬/(ଆଧାର ମିଡ଼ିଆ /ରିପୋର୍ଟ ଟୁନା ସାହୁ)-//ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକସ୍ଥିତ କୁଳୁମା ପଞ୍ଚାୟତ ରେ ଥିବା ଜଗମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଳୁମା ଗ୍ରାମରେ ଥିବା ମାଟିରପୁତ୍ର କଲେଜର ପ୍ରତିଷ୍ଠାତା ଓ ବିଶିଷ୍ଟ ସମାଜସେବୀ ସ୍ୱର୍ଗତଃ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ପାଳଲହଡ଼ାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ.
ସ୍ୱର୍ଗତ ପ୍ରଧାନ ଏକା ଧାରାରେ ଜଣେ ପରୋପକାରୀ ଓ କର୍ତ୍ତବ୍ୟ ନିଷ୍ଠା ମେଳାପୀ,ମିଷ୍ଠା ଭାସି ବ୍ୟକ୍ତିତ୍ଵ ଥିଲେ । ବିଧାୟକ ତାଙ୍କ ଅଭିଭାଷଣ ମାଧ୍ୟମରେ ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତି ଚାରଣ କରିବା ସହ ବିକାଶପାଇଁ କାମ କରିବାକୁ ତାଙ୍କ ମନୋ ଭାବ ବିଷୟରେ ସମସ୍ତଙ୍କୁ ଅବଗତ କରାଇଲେ । ଏହି କାର୍ଯ୍ୟକ୍ରମରେ କଲେଜର କୁଳପତି ଦିଗାମ୍ବର  ବିଶ୍ବାଳ ସାଂସଦ ଙ୍କ ପ୍ରତିନିଧି ତ୍ରିପୁର ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଭାରତୀୟ ଜନତା ପାର୍ଟି ଅନୁଗୋଳ ଜିଲ୍ଲାର ଉପ ସଭାପତି ନୃସିଂହ ବରାଳ,ଧ୍ରୁବ ଚରଣ ଧୀର,ସୁମନ୍ତ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତଥିଲେ l

Recent Comments

Leave Comments

Top