କଣିହାଁ/୨୫/0୧/୨0୨୬/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ତାଳଚେର ବିଧାନସଭା ନିର୍ବାଚନମଣ୍ତଳୀ ଅନ୍ତର୍ଗତ ବୁଥ୍ ସଂଖ୍ଯା ୨୦ ଓ ୨୧ ପକ୍ଷରୁ ରବିବାର ଦିନ ବୁଥ୍ କେନ୍ଦ୍ର କେନ୍ଦ୍ରୀୟ ବିଦ୍ୟାଳୟ,ଏନଟିପିସି ଠାରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ବୁଥ୍ ସ୍ତରୀୟ ଅଧିକାରୀ ମୁନା ନାଏକ ଓ ସୁଶାନ୍ତ କୁମାର ନାଥ ବୁଥ କେନ୍ଦ୍ରରେ ପହଞ୍ଚି ଛାତ୍ରଛାତ୍ରୀ ଓ ନୂତନ ଭୋଟର ମାନଙ୍କୁ ନେଇ ଏକ ମୁକ୍ତ କୁଇଜ୍ ପ୍ରତିଯୋଗିତା କରାଇ ସଫଳ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ପରେ ଏକ ଶପଥ ପାଠ କରାଇ କୌଣସି ପ୍ରଲୋଭନ ରେ ପ୍ରଭାବିତ ନହୋଇ ଗଣତାନ୍ତ୍ରିକ ମର୍ଯ୍ୟାଦାକୁ ସମ୍ମାନ ଦେଇ ମୁକ୍ତ, ଅବାଧ, ଶାନ୍ତିପୂର୍ଣ୍ଣ ନିର୍ବାଚନର ଗାରିମାକୁ ଅକ୍ଷୁର୍ଣ୍ଣ ରଖି ନିର୍ଭିକତାର ସହିତ ପ୍ରତ୍ୟେକ ନିର୍ବାଚନରେ ନିଜର ମତଦାନ କରିବାକୁ ପରାମର୍ଶ ଦେବା ସହିତ ଜାତୀୟ ମତଦାତା ଦିବସ ସଂପର୍କରେ ବୁଥ୍ ସ୍ତରୀୟ ଅଧିକାରୀ ଆଲେକପାତ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ରୁଦ୍ରମାଧବ ମିଶ୍ର ଓ ଶିକ୍ଷୟିତ୍ରୀ ମୌସୁମୀ ଜ୍ୟୋତିଷ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Recent Comments