ସୁବର୍ଣ୍ଣପୁର/୨୫/୦୧/୨୦୨୬/(ଆଧାର ମିଡ଼ିଆ)-ସୁବର୍ଣ୍ଣପୁର ମାଟିର ଜଣେ ନିଷ୍ଠାବାନ ସମାଜସେବୀ ତଥା ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିତ୍ୱ ଗୌରୀଶ୍ୟାମ ପଣ୍ଡାଙ୍କ ଦେହାନ୍ତରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ମହାନଦୀ ସାହିତ୍ୟ ସଂସଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶୋକସଭାରେ ମହାନଦୀ ସାହିତ୍ୟ ସଂସଦର ସଭାପତି ସୌରଭ ରଞ୍ଜନ ଖମାରୀ,ରଞ୍ଜିତା ପଣ୍ଡା,ନାଟ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ ସାହୁ, ବନମାଳି ପଣ୍ଡା, ଅବିନାଶ ହୋତା,ସଞ୍ଜୟ ପଣ୍ଡା,ଇଙ୍କଫେଷ୍ଟର ଘାସିରାମ ପଣ୍ଡା,ରେୟାର ସାମାଜିକ ଅନୁଷ୍ଠାନର ଅନଙ୍ଗ ନେଗୀ,ଶିବଦତ୍ତ ଚାନ୍ଦ,ଜିଲ୍ଲା ଇଲେକ୍ଟ୍ରୋନିକ୍ସ ମିଡିଆ ସଂଘର ଅଧ୍ୟକ୍ଷ ସନ୍ତୋଷ ମିଶ୍ର,ଟ୍ରେଣ୍ଡି ଏକାଡେମୀର ଶିବଶଙ୍କର କମ୍ପଙ୍କ ସହ କବି ରଞ୍ଜୁ ଅମାତ ପ୍ରମୁଖ ଦିବଙ୍ଗତ ଗୌରୀଶ୍ୟାମ ପଣ୍ଡାଙ୍କ ଅମର ଆତ୍ମା ସଦ୍ଗତି କାମନା କରିବା ସହ ସ୍ମୃତିଚାରଣ କରିଥିଲେ ।ଏହି ଶୋକସଭାରେ ଅଞ୍ଚଳର ବୁଦ୍ଧିଜୀବୀ,ସାହିତ୍ୟିକ,ସଂସ୍କୃତିପ୍ରେମୀ,ସାମାଜିକ କର୍ମୀ ଓ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ସ୍ବର୍ଗତ ଗୌରୀଶ୍ୟାମ ପଣ୍ଡାଙ୍କ ଅମର ସ୍ମୃତିକୁ ସ୍ମରଣ କରିଥିଲେ। ତାଙ୍କର ସମାଜସେବା,ନିଷ୍ଠା,ସରଳତା ଓ ମାନବିକ ମୂଲ୍ୟବୋଧ ସମାଜ ପାଇଁ ଏକ ଅନୁକରଣୀୟ ଦୃଷ୍ଟାନ୍ତ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଶୋକସଭାରେ ଦୁଇ ମିନିଟ ନିରବତା ପାଳନ କରାଯାଇ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି କାମନା କରାଯାଇଥିଲା। ଏହି ଅବସରରେ ତାଙ୍କର ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇ ସମସ୍ତେ ଏହି ଅପୂରଣୀୟ କ୍ଷତିକୁ ଧୈର୍ଯ୍ୟର ସହିତ ସହନ କରିବାକୁ ପ୍ରାର୍ଥନା କରିଥିଲେ।ଗୌରୀଶ୍ୟାମ ପଣ୍ଡାଙ୍କ ଅବଦାନ ସୁବର୍ଣ୍ଣପୁରର ସାମାଜିକ ଓ ସାଂସ୍କୃତିକ ଇତିହାସରେ ସଦା ସ୍ମରଣୀୟ ହୋଇ ରହିବ ବୋଲି ଶୋକସଭାରେ ଏକମତ ପ୍ରକାଶ ପାଇଥିଲା। ବେଣୁଧର ପ୍ରଧାନ ଶୋକସଭାକୁ ସଂଯୋଜନା କରିଥିଲେ ।
Recent Comments