logo
add image
 ଭୋଟରଙ୍କ ସଚେତନତା ପଦଯାତ୍ରା ଅନୁଷ୍ଠିତ।

 ଭୋଟରଙ୍କ ସଚେତନତା ପଦଯାତ୍ରା ଅନୁଷ୍ଠିତ।

ସୁବର୍ଣ୍ଣପୁର/୨୫/୦୧/୨୦୨୬/(ଆଧାର ମିଡ଼ିଆ)-ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳନ ସହିତ ଭୋଟରଙ୍କ ପାଇଁ ସଚେତନତା ପଦଯାତ୍ରା ଉପ ଜିଲ୍ଲାପାଳ, ସୋନପୁରଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ତହସିଲ ଅଫିସ ଛକ, ନଳିନୀ ଛକ ଦେଇ ସୋନପୁର ନୂତନ ଟାଉନ ହଲଠାରେ ପହଞ୍ଚିଥିଲା। ଏହି ସଚେତନତା ପଦଯାତ୍ରାରେ ସୋନପୁର ସହରର ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ,ସୋନପୁର ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ, ଭାରତର ଯୁବକ ଯୁବତୀ,ସରକାରୀ କର୍ମଚାରୀ ଓ ଅଧିକାରୀ ମାନେ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରକାରର ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଜନସାଧରଣଙ୍କୁ ସଚେତନ କରାଇଥିଲେ। ଜିଲ୍ଲାପାଳ,ରାଜସ୍ବ,ସୁବର୍ଣ୍ଣପୁର,ଯୋଗଦାନ କରିଥିବା ବେଳେ ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ,ସୁବର୍ଣ୍ଣପୁର,ଶ୍ରୀମତି ଅଞ୍ଜଳିନା ପ୍ରଧାନ,ଉପ ଜିଲ୍ଲାପାଳ,ସୋନପୁର,ଡ଼ ସୌମ୍ୟାରୂପା ରଥ, ଡେପୁଟି କଲେକ୍ଟର,ନିର୍ବାଚନ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ,ଶ୍ରୀମତି ଜଶ୍ୱସିନି ପୃଥାଲ, ସହକାରୀ ଜିଲ୍ଲାପାଳ, ଅଜିତ କୁମାର ତ୍ରିପାଠୀଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ସୁବର୍ଣ୍ଣପୁର ଏହି ପଦଯାତ୍ରାରେ ଅଂଶ ଗ୍ରହଣ କରିଥିଲେ।
ପଦଯାତ୍ରା ଶେଷ ହେବାପରେ ଟାଉନ ହଲଠାରେ ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ, ସୁବର୍ଣ୍ଣପୁର ଶ୍ରୀ ରାଜେନ୍ଦ୍ର ମାଝୀଙ୍କ ସଭାପତିତ୍ବରେ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ,ସାଧାରଣ,ସୁବର୍ଣ୍ଣପୁର,ଶ୍ରୀମତି ଅଞ୍ଜଳିନା ପ୍ରଧାନ,ଉପ ଜିଲ୍ଲାପାଳ, ସୋନପୁର,ଡ଼ ସୌମ୍ୟାରୂପା ରଥ, ଡେପୁଟି କଲେକ୍ଟର, ନିର୍ବାଚନ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ,ଶ୍ରୀମତି ଜଶ୍ୱସିନି ପୃଥାଲ, ଡେପୁଟି କଲେକ୍ଟର,ନିର୍ବାଚନ,ବୀରମହାରାଜପୁର, ସହକାରୀ ଜିଲ୍ଲାପାଳ, ଅଜିତ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାଦେ ଯୋଗଦାନ କରିଥିଲେ ।
ଏହି ସଭାରେ ଜାତୀୟ ମତଦାତା ଦିବସ ଉପରେ ଉପସ୍ଥିତ ଅତିଥି ମାନେ ଉପସ୍ଥିତ କର୍ମଚାରୀ, ଜନସାଧାରଣ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ ଓ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉପସ୍ଥିତ ସମସ୍ତଙ୍କୁ  ମତଦାତାଙ୍କ ଶପଥ କରାଇ ଥିଲେ। ଏହି ଅବସରରେ ନୂତନ ଭୋଟର ମାନଙ୍କୁ ନୂତନ ଭୋଟର କାର୍ଡ ବିତରଣ କରାଯାଇଥିଲା। ଶ୍ରେଷ୍ଠ ବି.ଏଲ.ଓ ଓ ବି.ଏଲ.ଓ ସୁପରଭାଇଜର ମାନଙ୍କୁ,ଉଭୟ ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା। ଉଭୟ ଉପଜିଲ୍ଲାପାଳ,ସୋନପୁର ଓ ବୀରମହାରାଜପୁର ଓ ଡେପୁଟି କଲେକ୍ଟର, ନିର୍ବାଚନ,ଜିଲ୍ଲା କାର୍ଯ୍ୟାଳୟ,ସୁବର୍ଣ୍ଣପୁର ଓ ଡେପୁଟି କଲେକ୍ଟର, ନିର୍ବାଚନ,ଉପଖଣ୍ଡ କାର୍ଯ୍ୟାଳୟ,ବୀରମହାରାଜପୁରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।  ଏହି ଦିବସ ପାଳନ ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ବିଦ୍ୟାଳୟ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ କରାଯାଇଥିଲା। ସେଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା

Recent Comments

Leave Comments

Top