logo
add image
ଓଡାପଡା ବ୍ଲକରେ ବାଲ୍ୟବିବାହ ବନ୍ଦ 

ଓଡାପଡା ବ୍ଲକରେ ବାଲ୍ୟବିବାହ ବନ୍ଦ 

ଓଡାପଡା/ଢେଙ୍କାନାଳ/୨୮/୧୨/୨୦୨୬/(ଆଧାର ମିଡ଼ିଆ)-ଓଡ଼ପଡା ବ୍ଲକର ୬ଟି ପଞ୍ଚାୟତକୁ କୁସୁପଙ୍ଗା,ମଙ୍ଗଳପୁର, ନୟାଭାଗିରଥିପୁର,ବିଡୋ,ଗଦାଶିଳା ଓ କାସିଆଡ଼ିହି ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଭାବରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଘୋଷଣା କରିଥିଲେ। କିନ୍ତୁ ଅନୁତାପର ବିଷୟ ଗଦାଶିଳା ପଞ୍ଚାୟତର ଚାଇଁପୁର ଗ୍ରାମରେ ଏକ ବାଲ୍ୟବିବାହ ହେଉଥିଲା,ଖବରପାଇ ବିଶ୍ଵ ଯୁବକେନ୍ଦ୍ର ଅନୁଷ୍ଠାନ ତରଫରୁ ମନସ୍ମିତା ନାୟକ,କୁମୁଦିନୀ ସ୍ୱାଇଁ ସେହିଠାରେ ପହଞ୍ଚି ଥିଲେ,ଗଦାଶିଳା ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁ,କାର୍ଯ୍ୟ ନିର୍ବାହୀ ଅଧିକାରୀ ଶଶୀରେଖା ସିଂହ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ବାଳକୃଷ୍ଣ ସାହୁ, ଅଙ୍ଗନବାଡି କର୍ମୀ ଶସ୍ମିତା ପୃଷ୍ଟି, ଝାରଗଡିଆ ଫାଣ୍ଡି ର S.I ଦିବ୍ୟଜ୍ୟୋତି ପ୍ରଧାନ, ଅହଲ୍ୟା ପ୍ରଧାନ ଏ ସମସ୍ତଙ୍କ ସହଯୋଗରେ ବହୁତ ବୁଝାସୁଝା ପରେ ବିବାହ କାର୍ଯ୍ୟକୁ ବନ୍ଦକରି କନ୍ୟାଟିକୁ ଶିଶୁମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଥିଲା। ସୂଚନା ଯୋଗ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ସାମାଜିକ କର୍ମୀ ମାନେ ସଚେତନ କରେଇଲା ପରେ ବି ସାଧାରଣ ଲୋକ ସଚେତନ ହେବାକୁ ଅନୁଷ୍ଠାନର କର୍ମୀମାନେ ଗଣମାଧ୍ୟମ ଜରିଆରେ ଅପିଲ କରିଛନ୍ତି,ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି।

Recent Comments

Leave Comments

Top