logo
add image
ନିଖୋଜ ହେବାର ୨୪ ଘଣ୍ଟା ଭିତରେ ୩ବର୍ଷର ନିଖୋଜଶିଶୁକୁ ଉଦ୍ଧାରକଲା ପୋଲିସ

ନିଖୋଜ ହେବାର ୨୪ ଘଣ୍ଟା ଭିତରେ ୩ବର୍ଷର ନିଖୋଜଶିଶୁକୁ ଉଦ୍ଧାରକଲା ପୋଲିସ

ବାଲିଗୁଡା/୨୯/୦୧/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଜରିଘାଟିର ମାଣ୍ଡିଆ ପଦର ଗ୍ରାମରୁ ବୁଧବାର ଦିନ ଏକ ୩ ବର୍ଷର ଶିଶୁ ନିଖୋଜ ହୋଇଯାଇଥିଲେ l ଏହି ଖବର ଗ୍ରାମରେ ପ୍ରଚାରିତ ହେବାପରେ ସମଗ୍ର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା l ଘଟଣାରୁ ପ୍ରକାଶ ଯେ,ତୁମୁଡିବନ୍ଧ ଥାନା ଜରିଘାଟି ମାଣ୍ଡିଆ ପଦର ଗ୍ରାମର ସୁନୀଲ ବଡ଼ମାଝି ଓ ସୁମିତା ବଡ଼ମାଝିଙ୍କ ୩ବର୍ଷ ୬ମାସର ଝିଅ ସ୍ୱପ୍ନା ବଡମାଝୀ ବୁଧବାର ରାତି ପ୍ରାୟ ୮ଘଣ୍ଟ ସମୟରେ ହଠାତ ନିଖୋଜ ହେବା ନେଇ ତୁମୁଡିବନ୍ଧ ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା l ଏତଲାକୁ ଭିର୍ତ୍ତିକରି ଥାନା କେଶ ନଂ ୧୫/୨୬ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ଏସଡିପିଓ ଶୁଭମ ଭୋସଲେ,ଇନସ୍ପେକ୍ଟର ଏସ.ସାମନ୍ତରାୟ ଏବଂ ଏସଆଇ ଆଶୁତୋଷ ଜେନାଙ୍କ ନେତୃତ୍ୱରେ ଗୁରୁବାର ଏକ ବିଶେଷଜ୍ଞ ଦଳ ତତ୍ପରତା ଏବଂ ସମ୍ବେଦନଶୀଳତାର ସହିତ ତଦନ୍ତ ଅବ୍ୟାହତ ରଖି ଆଖ ପାଖ ଅଞ୍ଚଳରୁ ପୋଲିସ ତୁରନ୍ତ ଏକ ସନ୍ଧାନ ଅଭିଯାନ ଆରମ୍ଭ କରି ନିକଟସ୍ଥ ଖଣ୍ଡିଆଗୁଡା ଅଞ୍ଚଳରେ ତଦନ୍ତ କରିଥିଲା। ତଦନ୍ତ ପରେ ସୁରକ୍ଷିତ ଏବଂ ଅକ୍ଷତ ଅବସ୍ଥାରେ ମିଳିଥିଲା,ଏବଂ ଉପଯୁକ୍ତ ଯାଞ୍ଚ ଓ ପରାମର୍ଶ ପରେ ପରିବାର ନିକଟରେ ସ ସମ୍ମାନ ରେ ପୋଲିସ ବିଭାଗ ହସ୍ତାନ୍ତର କରିଥିଲେ l ଅଭିଯୋଗ ପରେ ପରେ ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରି ଶିଶୁର ସୁରକ୍ଷିତ ପୁନରୁଦ୍ଧାରକୁ ସୁନିଶ୍ଚିତ କରିପାରିଥିବାରୁ ଶିଶୁର ପରିବାର ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି l

Recent Comments

Leave Comments

Top