logo
add image
ପିକନିକ ସ୍ପଟକୁ ପଲିଥିନ୍ ପ୍ଲାଷ୍ଟିକମୁକ୍ତ କରିବାପାଇଁ ସଚେତନ ରାଲି.

ପିକନିକ ସ୍ପଟକୁ ପଲିଥିନ୍ ପ୍ଲାଷ୍ଟିକମୁକ୍ତ କରିବାପାଇଁ ସଚେତନ ରାଲି.

ରେଙ୍ଗାଲି/ସମ୍ବଲପୁର/୩୧/୦୧/୨୦୨୬/(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ସମ୍ବଲପୁର ବନଖଣ୍ଡ ରେଙ୍ଗାଲୀ ଵନାଞ୍ଚଳ ପକ୍ଷରୁ ରେଙ୍ଗାଲୀ ବନାଞ୍ଚଲ ଅଧିକାରୀ ସୁଜାତା ପଟେଲଙ୍କ ଅଧ୍ୟକ୍ଷତାରେ ଭାଲୁବାହଲ ବନ ସେକ୍ସନ ଅଧୀନ ପିତାପାଲି ଗ୍ରାମରେ ଗତକାଲି ପଲିଥିନ୍ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ଓ ପିକନିକ ସ୍ପଟକୁ ପଲିଥିନ୍, ପ୍ଲାଷ୍ଟିକମୁକ୍ତ କରିବାପାଇଁ ଏକ ସଚେତନା ରାଳି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ, ବିଶିଷ୍ଟ ସମାସେବୀ ତଥା ପ୍ରକୃତି ବନ୍ଧୁ ଡ:ବଂଶୀଧର କର ଓ ସମ୍ମାନୀତ ଅତିଥି ଭାବେ ପ୍ରକୃତି ପ୍ରେମୀ ଇ° ଦେବାଶିଷ ସାହୁ,ଦାମୋଦର ମେହେର ଯୋଗଦେଇଥିଲେ। ବନପାଳ ସୁନିତା ଗର୍ଡିଆ, ପ୍ରଶାନ୍ତ କୁମାର ସାହୁ, ପ୍ରଦୀପ କୁମାର ଧଲ, ଗିରିଶ ଦୋରା,ଶ୍ୟାମସୁନ୍ଦର ପାଳ, ତିଳୋତ୍ତମା ମରେଇ, ଅନ୍ୟାନ୍ୟ ବନ ରକ୍ଷୀ, ବନ ସୁରକ୍ଷା ସମିତିର ସଦସ୍ୟ ସଦସ୍ୟା ସହ କିଲାସମା ଉଚ୍ଛ ବିଦ୍ୟାଳୟ ର ଛାତ୍ରଛତ୍ରି ମାନେ ଉପସ୍ଥିତ ଥିଲେ। ସ୍ବେଚ୍ଛାସେବୀ ଗ୍ରାମବାସୀ ମାନଙ୍କ ସହଯୋଗ ରେ ଉକ୍ତ ରାଲିଟି ପିତାପାଳି ଗ୍ରାମ ପରିକ୍ରମା କରି ପରିଶେଷରେ ପିକନିକ୍ ସ୍ପଟ୍ ପର୍ଯ୍ୟନ୍ତ ଯାଇଥିଲା। ଏଵଂ ଅଞ୍ଚଳ ଟିକୁ  ଝାଡ଼ୁ ଓ ମ୍ୟାସିନ ସାହାଯ୍ୟରେ ସଫାସୁତୁରା କରାଯାଇଥିଲା। ରେଙ୍ଗାଲି ବନାଞ୍ଚଳ ଅଧିକାରୀ ଙ୍କ ଦ୍ୱାରା ଆବର୍ଜନା ପକାଇବାପାଇଁ ୫ଟି ସିମେଣ୍ଟ କୁଣ୍ଡ ସ୍ଥାପନା କରାଯାଇଥିଲା।

Recent Comments

Leave Comments

Top