ସୁବର୍ଣ୍ଣପୁର/୨/୦୧/୨୦୨୬/(ଆଧାର ମିଡ଼ିଆ)-ସୁରେଶ୍ଵରୀ ଫୁଟବଲ ଏକାଡେମୀ ତରଫରୁ ଆଜି ସୋନପୁର କଲେଜ ପଡିଆରେ ଚତୁର୍ଥ ଲିପୁ ମେମୋରିଆଲ ଅଲ୍ ଓଡିଶା ଭେଟେରାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଫୁଲବାଣୀ ଦଳ ଚମ୍ପିୟାନ ହୋଇଛନ୍ତି । ଦିନିକିଆ ଏହି ଭେଟେରାନ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଭେଟେରାନ ଖେଳାଳୀ ମାନେ ବହୁତ ଉଚ୍ଚମାନର ଖେଳ ପ୍ରଦର୍ଶନ କରିଥିଲେ। ଆଜି ପ୍ରଥମାର୍ଦ୍ଧରେ ତରଭା,ଏମସିଏଲ୍ ବୁର୍ଲା,ବୈ।ଦ୍ଧ, ସୁବର୍ଣ୍ଣପୁର,ପାଟଣାଗଡ଼,ସମ୍ବଲପୁର,ଫୁଲବାଣୀ,ବଲାଙ୍ଗିର,ଖେଳିଥିବା ବେଳେ ଫାଇନାଲ ଖେଳ ବୁର୍ଲା ଓ ଫୁଲବାଣୀ ମଧ୍ୟରେ ହୋଇଥିଲେହେଁ ଟ୍ରାଇବ୍ରେକର ଯୋଗେ ଫୁଲବାଣୀ ଦଳ ୪-୩ ଗୋଲରେରେ ବିଜୟୀ ହୋଇଥିଲେ। ଆଜିର ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଯୁବନେତା ତଥା କଳାପଥର ଏମ୍ ପି ଏସ୍ ଅରବିନ୍ଦ ବାରିକ ଅନ୍ୟତମ ଅତିଥି ଭାବରେ କଇରୁ ସ୍ଵାଇଁ,ଅମିୟ ଦାଶ, ସତ୍ୟ ନାରାୟଣ ଦରୱ।ନ୍,ଦିଲୀପପାତ୍ର ପ୍ରମୁଖ ଯୋଗଦେଇ ବିଜୟୀ ଫୁଲବାଣୀ ଭେଟେରାନ୍ ଦଳ ଙ୍କୁ ଟ୍ରଫି ପ୍ରଦାନ କରିଥିଲେ।
ଫୁଲବାଣୀ ଦଳର ମେନଅଫ୍ ଦି ଟୁର୍ଣାମେଣ୍ଟ,ବେଷ୍ଟ ସ୍କୋରର୍ ବାବୁ ପ୍ରଧାନ, ପ୍ରେମଚାଦ ସିଂ ମେନ ଅଫ୍ ଦି ଟୁର୍ଣାମେଣ୍ଟ ,ବେଷ୍ଟ ଡିଫେନ୍ସ ନିଲୁ ମାଝୀ,ବେଷ୍ଟ ଗୋଲକିପର୍ ପାର୍ଥ ସାରଥି ମଲ୍ଲିକ ସେହିପରି ସୁବର୍ଣ୍ଣପୁରର କିଛି ଭେଟେରାନ୍ ଫୁଟବଲର କଇରୁ ସ୍ଵାଇଁ,ଶ୍ୟାମ ସୁନ୍ଦର ଡାଙ୍ଗୁଆ, ଗଣେଷ ରାମ ମେହେର,ମନୋହର ମହମ୍ମଦ,ସତ୍ୟନାରାୟଣ ମିଶ୍ର, ତାରିଣୀ ମିଶ୍ର, ବିବେକାନନ୍ଦ ମହାନ୍ତି, ସୁବର୍ଣ୍ଣା ଫୁଟବଲ ୟୁଟ୍ୟୁବ ଚେନାଲରେ ପ୍ରତ୍ୟକ୍ଷ ଲାଇଭ୍ ଚେନାଲର ମୁଖ୍ୟ ରାକେଶ ନାଗଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
ଖେଳକୁ ପରିଚାଳନା ସୁଦାମ ଜଗଦଲା, ବାବୁଲାଲ ସାହୁ, ସିଦ୍ଧାର୍ଥ ପାତ୍ର, ଜଗତ ଜଗଦଲା, ଦୁର୍ଗା ମାଝୀ, ବଦ୍ରିପ୍ରସାଦ ହୋତା, ପ୍ରମୁଖ ଖେଳକୁ ପରିଚାଳନା କରିଥିବା ବେଳେ ସଭାପତି ରାଜେନ୍ଦ୍ର କୁମାର ସାହୁ,ନିଶାନ୍ତ ମହାନ୍ତି,ଶାସ୍ଵତ ମିଶ୍ର, ସ୍ଵରୁପ ପାତ୍ର , ହରିହର ପଟ୍ଟନାୟକ,ଶରତ ମହାପାତ୍ର, ସୂର୍ଯ୍ୟ ପ୍ରଧାନ ,ସିଦ୍ଧାର୍ଥ ମହାନ୍ତି,ସୁରେନ୍ଦ୍ର ବାରିକ, ଧର୍ମପଦ ଦୀପ୍(ସୁରଟି), ଆଦିତ୍ୟ ମହାପାତ୍ର, ଜ୍ୟୋତିର୍ମୟ ମିଶ୍ର,ମନୋଜ ଜେନା, ସନ୍ତୋଷ ନାଏକ, ଦେବାଶିଷ ପଟ୍ଟନାୟକ, ସୁବ୍ରତ ସେଠୀ, ଅନିଲ ସାହୁ ପ୍ରମୁଖ ସହଯୋଗ କରିଥିଲେ।
Recent Comments