ସୁବର୍ଣ୍ଣପୁର :-ଅସ୍ଥାୟୀ ବସ ଷ୍ଟାଣ୍ଡରୁ ବସ ଚଳାଚଳ ପରେ ତା ପରଦିନ ବସଷ୍ଟାଣ୍ଡ ସ୍ଥାନକୁ ଠିକାସଂସ୍ଥା ଟିଣରେ କାନ୍ଥ ତିଆରି କରି ବସଷ୍ଟାଣ୍ଡ ନିର୍ମାଣ ନେଇ ସାଧାରଣ ଜନତା ଅସ୍ଵସ୍ଥି ଲାଭ କରିଥିଲେ। ଗତକାଲି ରାତିରେ କୌଣସି କାରଣ ରୁ ଠିକାସଂସ୍ଥା ଟିଣ କାଢ଼ିଦେବା ପରେ ଜନସାଧାରଣ ତଥା ବୁଦ୍ଧିଜୀବୀ ସୋସିଆଲ ମିଡ଼ିଆରେ ଅସନ୍ତୋଷ ପ୍ରକାଶ କରିଥିଲେ। ସୋସିଆଲ ମିଡ଼ିଆରେ ଜନସାଧାରଣଙ୍କ ପ୍ରତିକ୍ରିୟାକୁ ଗମ୍ବିରତାର ସହ ନେଇ ସକାଳୁ ସକାଳୁ ପୂର୍ବତନ ପୌରପରିଷଦ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ବିଜେଡିର ବରିଷ୍ଠ ନେତା ତଥା କାଉନସିଲର କଇଁରୁସ୍ୱାଇଁ, କାଉନସିଲର ସୁକାନ୍ତ ସାହୁ, କଂଗ୍ରେସ ନେତା ଶେଷ ମେହେର,ବରିଷ୍ଠ ବିଜେପି ନେତା ତଥା ଘରୋଇ ବସ ମାଲିକ ସଙ୍ଘ ସଭାପତି ଦୀପକ କୁମାର ମହାପାତ୍ରଙ୍କ ସହ ଅନେକ ଜନ ସାଧାରଣ ଠିକାସଂସ୍ଥା କର୍ମଚାରୀଙ୍କୁ ଭେଟି କାମ ଶୀଘ୍ର ଆରମ୍ଭକରିବା ପାଇଁ ତାଗିଦ୍ କରିଥିବା ଦେଖିବାକୁ ମିଳିଥିଲା ।
ପ୍ରକାଶ ଥାଉ କି ସରସ୍ଵତୀ ପୂଜାରେ ଜିଲ୍ଲା ପ୍ରଶାସନ ଓ ଘରୋଇ ବସ ମାଲିକ ସଂଘ ସହମତିରେ ନୂତନ ଅସ୍ଥାୟୀ ବସ ଷ୍ଟାଣ୍ଡରୁ ବସ୍ ଚଳାଚଳ ଆରମ୍ଭ କରିଥିଲା। ସୋସିଆଲ ମିଡ଼ିଆରେ ସୋନପୁର ଜନ ସାଧାରଣଙ୍କ ପ୍ରତିକ୍ରିୟା ପ୍ରକାଶ କରୁଛି ନୂତନ ବସଷ୍ଟାଣ୍ଡ ନିର୍ମାଣ କାମ ଶୀଘ୍ର ନହେଲେ ଜନ ଅସନ୍ତୋଷ ଚରମ ସୀମାରେ ପହଞ୍ଚିପାରେ। ଏଣୁ ସ୍ଥାନୀୟ ବଲାଙ୍ଗୀର ସାଂସଦ, ସ୍ଥାନୀୟ ବିଧାୟକ,ସୁବର୍ଣ୍ଣପୁର ଜିଲ୍ଲାପାଳ,ପୌର ଅଧିକାରୀ ତଥା ନିର୍ବାଚିତ ପୌରଅଧ୍ୟକ୍ଷା କାମ ତ୍ଵରାନିତ ଦିଗରେ ଧ୍ୟାନଦିଅନ୍ତୁ କହି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
Recent Comments