ବଲାଙ୍ଗୀର/୪/୨/୨୦୨୬/(ଆଧାର ମିଡ଼ିଆ- ରିପୋର୍ଟ ଶରତ ମହାକୁର)-ସଂପ୍ରତି ୨୫ ତାରିଖ ଦିନ ୧୧ ଟା ସମୟରେ ସାମନ୍ତରାପୁର ସ୍ଥିତ ଉଇସଡମ୍ ଠାରେ ଓଡ଼ିଶା ଆତିଆ ପାତିଆ ସଂଘର ସାଧାରଣ ଅଧିବେଶନ ଓ କାର୍ଯ୍ୟକାରୀ ସମି ତିର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ରିଟର୍ଣ୍ଣିଂ ଅଫିସର ଏଠାରେ ସର୍ବ ସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ପଦାଧିକା ରୀଙ୍କ ନାମ ଘୋଷଣା କରିଥିଲେ। ବଲାଙ୍ଗୀର ଜ଼ିଲ୍ଲାର ସୁମିତ ରଂଜନ ପୁରୋହିତଙ୍କୁ ଓଡ଼ିଶା ଆତିଆ ପାତିଆ ସଂଘର ସଭାପତି,ଭାବରେ ନାମ ଘୋଷଣା କରିଥିଲେ ।
ସମିତି ୨୦୩୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ବଲାଙ୍ଗୀର ଜ଼ିଲ୍ଲାରେ ସୁମିତଙ୍କ ନେତୃତ୍ୱରେ ଲନ୍ ବଳ, ଫେନସିଙ୍ଗ ଏବଂ ସନ୍ତରଣ ଖେଳରେ ବର୍ତ୍ତମାନ ବଲାଙ୍ଗୀର ଖେଳାଳି ମାନେ ରାଜ୍ୟ ଏବଂ ଜାତୀୟ ସ୍ତରରେ ପଦକ ହାସଲ କରି ରାଜ୍ୟ ଏବଂ ବଲାଙ୍ଗୀର ପାଇଁ ଗୌରବ ଆଣୁଛନ୍ତି l ସେହିପରି ଆତିଆ ପାତିଆ ଖେଳ ମଧ୍ୟ ଭାରତୀୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରଣାଳୟର ମାନ୍ୟତାପ୍ରାପ୍ତ ଅଟେ ଏବଂ ଏହିଖେଳ ସ୍କୁଲ ସ୍ତରରେ ମଧ୍ୟ ରହିଛି। ଏହି ଖେଳକୁ ଆମେ କ୍ୟାରୀୟର ଭାବେ ଗଢି ପାରିବା ।ଏହି ଖେଳ ପାଇଁ କୌଣସି ଉପକରଣ ମଧ୍ୟ୍ୟ ଦରକାର ନାହିଁ। ଏହି ଖେଳକୁ ଆମେ ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇପରିବା ଏବଂ ରାଜ୍ୟରୁ ଜାତୀୟ ସ୍ତରରେ ଭଲଖେଳ ପ୍ରଦର୍ଶନ କରିବେ ବୋଲି ସୁମିତ ରଞ୍ଜନ ପୁରୋହିତ ସୂଚନା ଦେଇଛନ୍ତି
Recent Comments