logo
add image
ଠେଲକୋଲୋଇ ଠାରେ ଖୋଲାଶୌଚ ଓ ଆବର୍ଜନା ମୁକ୍ତ ସମାରୋହ ଅନୁଷ୍ଠିତ.

ଠେଲକୋଲୋଇ ଠାରେ ଖୋଲାଶୌଚ ଓ ଆବର୍ଜନା ମୁକ୍ତ ସମାରୋହ ଅନୁଷ୍ଠିତ.

ରେଙ୍ଗାଲି/ସମ୍ବଲପୁର/୦୪/୦୨/୨୦୨୬/(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ) ଆଜି ଠେଲକୋଲୋଇ ଗ୍ରାମରେ ନିଗ୍ରାଣି କମିଟି ଏବଂ ଜଳ ଓ ପରିମଳ ସମିତି ଦ୍ୱାରା ଖୋଲା ମଳମୁକ୍ତ ଓ ଆବର୍ଜନା ମୁକ୍ତ ସମାରୋହ ଆୟୋଜନ ହୋଇଯାଇଛି । ଉକ୍ତ ସମାରୋହରେ ମୋନିକା ବହିଦାର (ରେଙ୍ଗାଲି ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନଅଧିକାରୀ ପ୍ରମୋଦ କୁମାର ଏକ୍କା (ସମ୍ବଲପୁର ଜିଲ୍ଲା ପରିମଳ ଉପଦେଷ୍ଟା), ଅବନ୍ତୀ ନାୟକ (ସରପଞ୍ଚ,  ଠେଲକୋଲୋଇ ଗ୍ରାମ ପଞ୍ଚାୟତ), ଶ୍ରୀ ବିଶ୍ୱଜିତ୍ ଶର୍ମା (ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ,ଠେଲକୋଲୋଇ ଗ୍ରାମ ପଞ୍ଚାୟତ),ଶ୍ରୀ ବିଶାଲ ରାଜ (ସି ଏସ୍ ଆର୍ ମୁଖ୍ୟ, ଜେ ଏସ୍ ଡବ୍ଲୁ ଫାଉଣ୍ଡେସନ) ଶ୍ରୀ ସୁବ୍ରତ ତ୍ରିପାଠୀ (ମ୍ୟାନେଜର, ଜେ ଏସ୍ ଡବ୍ଲୁ ଫାଉଣ୍ଡେସନ), ଶ୍ରୀ ପୀୟୁଷ ମହାନ୍ତି (ମ୍ୟାନେଜର, ଜେ ଏସ୍ ଡବ୍ଲୁ ଫାଉଣ୍ଡେସନ), ଠେଲକୋଲୋଇ ଥାନା ଅଧିକାରୀ ଏବଂ ଗ୍ରାମର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସମାରୋହରେ ଶ୍ରୀ ପ୍ରକାଶ ଚନ୍ଦ୍ର ପାଣି ଉପସ୍ଥାପନ ଓ ମଞ୍ଚ ପରିଚାଳନା ଦାୟିତ୍ଵ ପରିବହନ କରିଥିଲେ । ଗତ ୦୧-ଅକ୍ଟୋବର-୨୦୨୨ ମସିହାରେ ଜେ ଏସ୍ ଡବ୍ଲୁ ଫାଉଣ୍ଡେସନ, ଜିଲ୍ଲା ଓ ବ୍ଲକ ପ୍ରଶାସନଙ୍କ ସହଯୋଗରେ ଫିଡବ୍ୟାକ ଫାଉଣ୍ଡେସନ ଦ୍ବାରା ପରିଚାଳିତ ସମନ୍ୱିତ ଜଳ, ପରିମଳ ଓ ସ୍ବଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରାମକୁ ଖୋଲା ମଳମୁକ୍ତ ଓ ଆବର୍ଜନା ମୁକ୍ତ ଗ୍ରାମରେ ପରିଣତ କରି ଗ୍ରାମରେ ସ୍ବଚ୍ଛତା ବଜାୟ ରଖିବା । ପ୍ରଥମ ପର୍ଯ୍ୟାୟରେ ଗ୍ରାମରେ ସଭା କରାଯାଇ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ନିମିତ୍ତ ନିଗ୍ରାଣି କମିଟି ଗଠନ କରାଯାଇଥିଲା । ଏହି କମିଟି ପ୍ରାତଃ ଓ ସନ୍ଧ୍ୟାରେ ନିଗ୍ରାଣୀ କରିବା ସହ ଲୋକ ସଚେତ ନତା କରାଇଥିଲେ । ଖୋଲାରେ ମଳତ୍ୟାଗ ନକରି ଶୌଚାଳୟ ବ୍ୟବହାର ପାଇଁ ପ୍ରବର୍ତାଇଥିଲେ.ଯାହାର ଫଳସ୍ୱରୂପ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ଶୌଚାଳୟ ଯାହା ବ୍ୟବହାର ହେଉନଥିଲା ସେଗୁଡିକୁ ବ୍ୟବହାର କରୁଛନ୍ତି.ସରକାରଙ୍କ ସହଯୋଗ ଓ ନିଜସ୍ବ ଖର୍ଚ୍ଚରେ ନୂତନ ଶୌଚାଳୟ ନିର୍ମାଣ କରିଛନ୍ତି ଓ ଜେ ଏସ୍ ଡବ୍ଲୁ ଫାଉଣ୍ଡେସନ ସହାୟତାରେ ୩ଟି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି.ଯାହାକି ସାଧାରଣ ଲୋକମାନେ ବ୍ୟବହାର କରୁଛନ୍ତି ।
ବର୍ତ୍ତମାନ ଗ୍ରାମର ପ୍ରତ୍ୟେକ ଲୋକ ଶୌଚାଳୟ ବ୍ୟବହାର କରିବା ଦ୍ଵାରା ଗ୍ରାମ ଖୋଲା ମଳମୁକ୍ତ ହୋଇ ପାରିଛି । ଗ୍ରାମରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ସ୍ୱଚ୍ଛ ସବାରୀ ଗାଡ଼ିରେ ଘରର ଆବର୍ଜନାକୁ ଓଦା ଓ ଶୁଖିଲା ପୃଥକ୍ ପୃଥକ୍ ଦେଇ ଗ୍ରାମ ଖୋଲା ଆବର୍ଜନା ମୁକ୍ତ ଗ୍ରାମରେ ପରିଣତ ହୋଇ ପାରିଛି । ଏହି ଅଦ୍ଭୁତ ପୂର୍ବ ସଫଳତାକୁ ଚିରସ୍ମରଣୀୟ କରିବା ପାଇଁ ଏକ ସମାରୋହ ଆୟୋଜନ କରାଯାଇଥିଲା । ଦୀପାଞ୍ଜଳି କୁମୁରା, ସରିତା କୁମୁରା, ମମତା ସେଠ୍ ଓ ଉପମା ଧୁରୁଆ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବା ସହ ଜେ ଏସ୍ ଡବ୍ଲୁ ଫାଉଣ୍ଡେସନର ଜ୍ଞାନରଞ୍ଜନ ନାୟକ ଏବଂ ଫିଡବ୍ୟାକ ଫାଉଣ୍ଡେସନର ବିଶ୍ଵନାଥ ରାଉତ, ଶ୍ରୀଧର ଲେଙ୍କା, କଳ୍ପତରୁ ଜେନା, ନାରାୟଣ ବାରିକ, ନିକୁଞ୍ଜ ବିହାରୀ ସାମଲ, ସଂଗ୍ରାମ ସାମନ୍ତରାୟ, କାମାକ୍ଷା ପ୍ରସାଦ ମୋହାଖୁଡ, ହେମଲତା ଧୁରୁଆ, କ୍ରିଷ୍ଣା ପୋଢ଼ ଏବଂ ରଶ୍ମିତା ଭୋଇ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଇଥିଲେ ।

Recent Comments

Leave Comments

Top