ସୋନପୁର/୦୫/୦୨/୨୦୨୬/(ଆଧାର ମିଡ଼ିଆ)-ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ସୋନପୁର ପଞ୍ଚାୟତ ସମିତି ପକ୍ଷରୁ ପଞ୍ଚାୟତ ସମିତି ସ୍ତରୀୟ ପଦଯାତ୍ରା ଅନୁଷ୍ଟିତ ହୋଇ ଯାଇଛି l ଏହି ଅବସରରେ ବନ୍ଦେ ମାତରଂ ସମୂହ ଗାନ ପ୍ରଶିକ୍ଷଣ ଶିବିର ମଧ୍ଯ ଅନୁଷ୍ଟିତ ହୋଇଥିଲା l ଏହି କାର୍ଯ୍ଯ କ୍ରମକୁ ମୁଖ୍ୟ ଅତିଥି ଭାବେ ସୋନପୁର ବିଡିଓ ପ୍ରତୀକ କର ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଲୋକ ସଭା ସାଂସଦ ପ୍ରତିନିଧି ସାନନ୍ଦ ମେହେର,ସି ଡି ପି ଓ ସାଗରିକା ସ୍ବାଇଁ,ସୋନପୁର ବ୍ଲକ୍ ସହକାରୀ କାର୍ଯ୍ଯ ନିର୍ବାହୀ ଯନ୍ତ୍ରୀ ବୈଜୟନ୍ତୀ କର୍ଣ୍ଣ, ପଞ୍ଚାୟତ ସମିତି ସଭ୍ୟ କୋଶୋଳେଶ୍ୱର ମେହେର, କୁଦୋପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପ୍ରଶିକ୍ଷକ ପୁଷ୍ପକ ରାୟ ଯୋଗ ଦେଇଥିଲେ l
ସୋନପୁର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୌରଭ ଦାନୀ ସଭା ମଞ୍ଚ ପରିଚାଳନା କରିଥିଲେ l ବ୍ଲକ ଛକରୁ ଆମ୍ବେଦକର ଛକଯାଏ ଏହି ପଦଯାତ୍ରା ଅନୁଷ୍ଟିତ ହୋଇଥିଲା l ସୋନପୁର ବ୍ଲକ୍ ସ୍ତରୀୟ ପଦଯାତ୍ରା ରେ ୨୦୦ ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗ ଦେଇଥିବା ବେଳେ ବନ୍ଦେ ମାତରଂ ସମୂହ ଗାନ ପ୍ରଶିକ୍ଷଣ କାର୍ଯ୍ଯ କ୍ରମ ରେ ୨୫୦ ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗ ଦେଇଥିଲେ l ସୋନପୁର ପଞ୍ଚାୟତ ସମିତି ସଭ୍ୟ ଓ ସୋନପୁର ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପ ର ଅଙ୍ଗନ୍ ୱାଡି ସଦସ୍ୟା ଏହି କାର୍ଯ୍ଯ କ୍ରମ ରେ ସାମିଲ ହୋଇଥିବା ବେଳେ ବ୍ଲକ୍ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l
Recent Comments