logo
add image
ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେବ

ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେବ" ଦିବ୍ୟାଙ୍ଗ ସହାୟତା ଅଭିଯାନ"  

ନୂଆପଡ଼ା/୦୬/୦୨/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲ୍ଲାରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟାବଳୀର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l  ବୈଠକରେ ଦିବ୍ୟାଙ୍ଗଙ୍କ ପାଇଁ ଦିନଟିଏ ଓ ବିଧବା ସହାୟତା ଯୋଜନାରେ କଣ ଅଗ୍ରଗତି ହୋଇଛି ଜିଲ୍ଲାପାଳ ଜାଣିବାକୁ ଚାହିଁଥିଲେ l ସମୀକ୍ଷାରୁ ଜଣାଗଲାଯେ ଜିଲ୍ଲାରେ ମଧୁବାବୁ ପେନସନ ଯୋଜନାରେ ୬୧,୩୬୧ ଜଣ ଏବଂ ଜାତୀୟ ପେନସନ ଯୋଜନାରେ ୪୯,୪୧୮ ଜଣ ହିତାଧୀକାରୀ ସୁବିଧା ପାଉଛନ୍ତି l ଭତ୍ତା ପାଇବା ପାଇଁ ଆବେଦନ କରିଥିବା ୧୯୨ ଜଣଙ୍କ ମଧ୍ୟରୁ ୧୫୭ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଇ ଦିଆ ଯାଇଛି l
ଭିନ୍ନକ୍ଷମ ୫୬ଟି ଦମ୍ପତ୍ତିଙ୍କୁ ଗତବର୍ଷ ଦୁଇଲକ୍ଷ ପଚାଶ ହଜାର ଟଙ୍କା ହିସାବରେ ମୋଟ ଏକକୋଟି ୪୦ଲକ୍ଷ ଟଙ୍କା ସହା ୟତା ପ୍ରଦାନ କରା ଯାଇଛି l ୪୧ ଜଣ ଭିନ୍ନକ୍ଷମ ପରିବାରର ଛାତ୍ର ଛାତ୍ରୀଙ୍କୁ ୧୨,୨୩,୫୧୦ ଟଙ୍କା ବୃତ୍ତି ଦିଆଯାଇଛି l ବାଣୀଶ୍ରୀ ଯୋଜନାରେ ୪୬୨ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବୃତ୍ତିପାଇଁ ଆବେଦନ କରିଛନ୍ତି l ଜିଲ୍ଲାରେ ୧୦୪ ଜଣ ତୃତୀୟ ଲିଙ୍ଗୀଙ୍କୁ ଚିହ୍ନଟକରି ୭୧ ଜଣଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି l ବିଧବା ସହାୟତା ଯୋଜନା ପାଇଁ ଜିଲ୍ଲାରେ ୧୮,୯୩୨ ଜଣଙ୍କୁ ଚିହ୍ନଟ କରାଯାଇଛି l ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ କହିଲେ ଯେ ଜିଲ୍ଲାରେ ଖୁବ୍ ଶୀଘ୍ର ବିଧବା ଓ ଭିନ୍ନକ୍ଷମ ମାନଙ୍କ ଏକ ଡାଟାବେସ ତିଆରି ହେବ l ଏହାଦ୍ଵାରା ସେମାନଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାର ସମସ୍ତ ଲାଭ ପହଞ୍ଚାଇ ଦିଆଯିବ l ଏହା ସହିତ ସେମାନଙ୍କ ଉନ୍ନତ ଜୀବନ ଯାପନ ପାଇଁ  ବିଭିନ୍ନ ଲାଇନ୍ ବିଭାଗ ସହାୟତା ଯୋଗାଇ ଦେବେ l 
ଏହି ଅବସରରେ ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହୋଇଥିବା ଦିବ୍ୟାଙ୍ଗ ମିତ୍ର ପୁରସ୍କାର ପ୍ରଥମଥର ପାଇଁ ଶ୍ରୀ ପିଲାଲାଲ ଜଗତ,ଗ୍ରାମ ହଳଦୀ,ଡୁମରପାଣି ପଞ୍ଚାୟତଙ୍କୁ ଜିଲ୍ଲାପାଳ ପ୍ରଦାନ କରିଥିଲେ l ଦିବ୍ୟାଙ୍ଗ ଜନଙ୍କ ସାମାଜିକ ସଶକ୍ତିକରଣ, ମର୍ଯ୍ୟାଦା ଓ ସମାବେଶ ନିମନ୍ତେ ତାଙ୍କର ଅସାଧାରଣ ନିଷ୍ଠା,ସମର୍ପଣ ଓ ମାନବିକ ସେବାପାଇଁ ଏହି ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି। ସେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଦୈନନ୍ଦିନ ସମସ୍ୟାର ସମାଧାନରେ ସହଯୋଗ କରିବା ସହିତ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା,ସୁବିଧା ଓ ଅଧିକାର ଉପଲବ୍ଧ କରାଇବାରେ ଅମୂଲ୍ୟ ଅବଦାନ ରଖିଛନ୍ତି।ଏହିଭଳି ପ୍ରତିମାସରେ ଦିବ୍ୟାଙ୍ଗ ଲୋକଙ୍କୁ ସହାୟତା ପ୍ରଦାନ କରୁଥିବା ବିଭିନ୍ନ ବ୍ୟକ୍ତିଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିବେ।ସିନାପାଲି ବ୍ଲକ୍,ସାଗୁନବାଡି ଗ୍ରାମର ଭିନ୍ନକ୍ଷମ ଛାତ୍ର ଖଗେଶ୍ବର ତୋଲତିଆଙ୍କୁ ଜିଲ୍ଲାପାଳ ଲାପ୍ ଟପ୍ ପ୍ରଦାନ କରିଥିଲେ l 
ଆଜି ବୈଠକରେ ଉପ ଜିଲ୍ଲାପାଳ ସୁର୍ମୀ ସୋରେନ୍, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଦ୍ବାରିକାନାଥ ଶତପଥୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତି ରେଖା ନନ୍ଦ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏଵଂ ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ

Recent Comments

Leave Comments

Top