logo
add image
ବୃତ୍ତିଗତ ପଥପ୍ରଦର୍ଶନ କର୍ମଶାଳା ଉଦଯାପିତ.

ବୃତ୍ତିଗତ ପଥପ୍ରଦର୍ଶନ କର୍ମଶାଳା ଉଦଯାପିତ.

ବୌଦ୍ଧ/୬/୨/୨୦୨୬/(ଆଧାର ମିଡ଼ିଆ)-ବୌଦ୍ଧ ସଦର ଯୋଗୀନ୍ଦ୍ରଦେବ ଉଚ୍ଚବିଦ୍ୟାଳୟ ପରିସରରେ ଗତ ଦୁଇଦିନ ଧରି ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବୃତ୍ତିଗତ ପଥ ପ୍ରଦର୍ଶନ କର୍ମଶାଳା ଉଦଯାପିତ ହୋଇଯାଇଛି l ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଗାୟତ୍ରୀ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଚୂଡ଼ାମଣି ବାରିକ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷାପ୍ରଶିକ୍ଷଣ ପ୍ରତିଷ୍ଠାନ ଲାଣ୍ଡିବନ୍ଧ, ବୌଦ୍ଧର ବରିଷ୍ଠ ଶିକ୍ଷକ ଡ଼ଃ ଅଭିମନ୍ୟୁ ସେଠୀ, ଜନତା ଉଚ୍ଚ ବିଦ୍ୟାଳୟ ଆମ୍ବଗାଁର ଶିକ୍ଷକ ବିଷ୍ଣୁଲାଲ ମହାନନ୍ଦ, ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ l
ଓଡିଶା ଆଦର୍ଶ ବିଦ୍ୟାଳୟ ଆଇଁଲାଚୁଆଁର ଶିକ୍ଷକ ଅଶ୍ରୁ୍ମୋଚନ ପଣ୍ଡା, ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଙ୍ଗୀତ। ରାଣୀ ପ୍ରଧାନ ଓ ବାଉଁଶୁଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ କେଶବ ପୁଜାହାରୀ ଦୁଇ ଦିନ ପ୍ରଶିକ୍ଷଣର ଅନୁଭୂତି କଥନ କରିଥିଲେ l ସମସ୍ତ ପ୍ରତିଭାଗୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରମାଣ ପତ୍ର ଦେଇ ସମ୍ମାନୀତ କରାଯାଇଥିଲା l ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ l ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଥିଲେ l ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମ କର୍ତ୍ତା ସହଯୋଗ କରିଥିଲେ l

Recent Comments

Leave Comments

Top