logo
add image
ମହାମୋହିମ ରାଜ୍ୟପାଳ ଦ୍ୱାରା ପ୍ଲାଣ୍ଟିନମ ଉଦ୍ଘାଟନ,

ମହାମୋହିମ ରାଜ୍ୟପାଳ ଦ୍ୱାରା ପ୍ଲାଣ୍ଟିନମ ଉଦ୍ଘାଟନ,

କଣିହାଁ/0୯/0୨/୨0୨୬/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲା କଣିହାଁ ପିଏମ ଶ୍ରୀ ପବିତ୍ର ମୋହନ ହାଇଆର ସେକେଣ୍ଡାରୀ ସରକାରୀ ହାଇସ୍କୁଲର ପ୍ଲାଣ୍ଟିନମ ଯୁବଲିରେ ଯୋଗଦାନ ପୂର୍ବକ ପ୍ରଥମେ ପବିତ୍ର ନଗର ଠାରେ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ ମି୍ୟୁଜିଅମ ଓ ପବିତ୍ର ବାବୁଙ୍କ ସ୍ମୁତି ପୀଠରେ ନୂତନ ପ୍ରତିମୂର୍ତ୍ତି ଲୋକାର୍ପଣ କାର୍ଯ୍ୟ ରବିବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟପାଳ ହରିବାବୁ କମ୍ଭମ ପାଟି,ସ୍ୱତନ୍ତ୍ର ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଅତିଥି ଭାବେ ସାଂସଦ ରୁଦ୍ରନାରୟଣ ପାଣି, ଅନୁଗୋଳ ଜିଲାପାଳ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ l
ପୂର୍ବାହ୍ନ ସାଢେ ୧0 ଟାରେ ,ପ୍ରଥମେ ସ୍ୱାଧୀନତା ସଂଗ୍ରମି ତଥା ଓଡିଶାର ପୂର୍ବତନ ଉପମୁଖ୍ୟ ମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ୧୧୮ତ୍ତମ ଜନ୍ମଜୟନ୍ତୀ ଉପଲକ୍ଷ ପବିତ୍ର ନଗର ମାର୍କେଟ ପାଖରେ ଥିବା, ସ୍ମୁତି ପୀଠରେ ତାଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରିବା ସହ,ସାଢେ ୩ କୋଟି ଟଙ୍କା ବେୟରେ ହୋଇଥିବା ପବିତ୍ର ମୋହନ ମି୍ୟୁଜିଅମକୁ ଲୋକାର୍ପଣ, ପବିତ୍ର ନଗର କଲେଜରେ ୩ କୋଟି ୬0 ଲକ୍ଷ ଟଙ୍କା ବେୟରେ ୧00 ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଶିଳାନ୍ୟାସ ସହିତ ପବିତ୍ର ନଗର, ଅଞ୍ଚଳରେ ଅନେକ ପ୍ରକଳ୍ପର ଭୂମି ପୂଜନ ଫଳକ ଉନ୍ମୋଚନ ଓ ଶୁଭ ଉଦ୍ଘାଟନ ହୋଇଥିଲା l ମଞ୍ଚରେ ରାଜ୍ୟପାଳ ଓ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ  .
 ୧୨ ଟା ୧୫ରେ ରାଜ୍ୟପାଳ ହରିବାବୁ କମ୍ଭମ ପତି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକ୍ୟାପ୍ଟର ଏନଟିପିସିର ହେଲିପ୍ୟାଡ଼ରେ ଅବତରଣ କରିଥିଲା,ସେଠାରୁ କଣିହାଁ ପିଏମ ଶ୍ରୀ ହାଇସ୍କୁଲର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲଣ୍ଟିନମ ଯୁବଲି ଅନୁଷ୍ଠାନର ପୂର୍ବତନ ଛାତ୍ର ଛାତ୍ରୀ ସହ ବର୍ତମାନ ଶିକ୍ଷା ଲାଭ କରୁଥିବା ଛାତ୍ର ଛାତ୍ରୀଙ୍କ ମିଳିତ ଉଦ୍ୟମରେ ଏକ ଭବ୍ୟ ପ୍ଲାଣ୍ଟିନମ ଯୁବଲି ମତ୍ସବ ରେ ରାଜ୍ୟପାଳ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ  ଯୋଗଦାନ କରିଥିଲେ lଏଥିରେ ମୁଖ୍ୟ ଅତିଥି ଓଡିଶାର ରାଜ୍ୟପାଳ ହରିବାବୁ କମ୍ଭମ ପାଟି, ମୁଖ୍ୟବକ୍ତା କେନ୍ଦ୍ର ଶିକ୍ଷାମନ୍ତ୍ରି ଧର୍ମେନ୍ଦ୍ର ପ୍ରଧାନ,ସ୍ୱତନ୍ତ୍ର ଅତିଥି ସାଂସଦ ରୁଦ୍ର ନାରାୟଣ ପାଣି,ସ୍ୱତନ୍ତ୍ର ଅତିଥି ତାଳଚେର ବିଧାୟକ ବ୍ରଜକିଶ୍ବର ପ୍ରଧାନ,ନିମଂତ୍ରୀ ଅତିଥି ଭାବେ ପାଳଲହଡା ବିଧାୟକ ଅଶୋକ ମହାନ୍ତି,ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାବ,ଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପରଜଂଗ ବିଧାୟକ ଭିଭୂତି ପ୍ରଧାନ ଏବଂ ପ୍ଲାଣ୍ଟି ନମ ଯୁବଲି କମିଟିର ସଭାପତି ସୁକାନ୍ତ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ l
ସଭାରେ ପ୍ରଥମେ ଜାତୀୟ ସଂଗୀ ଗାନକରାଯାଇ ଥିଲା,ପରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ସିଦ୍ଧି ପ୍ରସାଦ ସାହୁ, ସ୍ୱାଗତ ଭାଷଣ ଓ ସ୍କୁଲର ବାର୍ଷିକ ବିବରଣୀ ପାଠ କରଥିଲେ, ସଭାରେ ରାଜ୍ୟପାଳ ପ୍ରଥମେ ଜୟ ଜଗନ୍ନାଥ ନମସ୍କାର କହି ତାଙ୍କ ଭାଷଣ ଆରମ୍ଭ କରି ଥିଲେ, ସ୍ବର୍ଗତ ପବିତ୍ର ମୋହନ ପ୍ରଧାନ ଓଡିଶାର ଉପମୁଖ୍ୟମନ୍ତ୍ରୀ ରହିବା ସହ ,ସେଜଣେ ତାଳଚେର ମାଟିର ଯୋଗ ଜନ୍ମା ବିପ୍ଳବି ,ପବିତ୍ର ମୋହନ ପ୍ରଧାନ ଥିଲେ ବିଦ୍ୟାଳୟର ପ୍ରତିଷ୍ଠାତା ଓ ଚତୁର ପ୍ରବୀଣ ରାଜ ନେତା ,ଦୀର୍ଘ ୭ ଦଶନ୍ଧିରୁ ଅଧକ ସମୟ ଧାରି ତାଙ୍କ ନାମରେ ଏହି ପ୍ରତିଷ୍ଠାନ ବଜାୟ ରଖିଥିବା ସମର୍ପଣଭାବ, ଶୃଙ୍ଖଳା ଏବଂ ଅଖଣ୍ଡତାର ମୂଲ୍ୟବୋଧକୁ ଅଧିକ ରୁଦ୍ଧିମନ୍ତ କରିବାନିମନ୍ତେ, ସମାରୋହରେ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ ଜଣାଇ ଥିଲେ ରାଜ୍ୟପାଳ  l
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ +୨ ସାଇନ୍ସ କଲେଜ ଏହି ପିଏମ ଶ୍ରୀ ପବିତ୍ର ମୋହନ ସ୍କୁଲରେ ଖୋଲିଵା ସହିତ ପବିତ୍ର ମୋହନ ପ୍ରଧାନ ଙ୍କ ନାମରେ ଡାକି ଟିକେ ଏବଂ ଖମାର ପାଳଲହଡାକୁ ପବିତ୍ର ମୋହନ ଏକ୍ସପ୍ରେସ ନାମରେ ଏକ ଟ୍ରେନ ଚାଲିବାକୁ ସଭାରେ ଦେଙ୍କନାଳ ସାଂସଦ ରୁଦ୍ରନାରାୟଣ ପାଣି ଦାବିକରିଥିଲେ ଏବଂ,ସ୍କୂଲରେ ୨00 ଛାତ୍ର ଛାତ୍ରୀ ଙ୍କ ପାଇଁ ହୋଇଥିବା ଉନ୍ନତ ମାନର ହଷ୍ଟେଲ ସହ ଆଗାମୀ ଦିନର ସ୍କୁଲର ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ପାଇଁ ଦୃଷ୍ଟି ରହିବ ବୋଲି  ପାଲଲହଡା ବିଧାୟକ ଅଶୋକ ମହାନ୍ତି ପ୍ରକାଶ କରିଥିଲେ,୨ ସହ ଛାତ୍ର ଛାତ୍ରୀ ଙ୍କ ପାଇଁ  ହଷ୍ଟେଲ ଖର୍ଚ୍ଚ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ସଭାରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଦାବୀ କରିଥିଲେ l
ଅତିଥି ମାନଙ୍କ ଏହି ଦାବୀ ଗୁଡିକ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏସବୁର ଦାଇତ୍ୱ ମୁଁ ନେଉଛି ବୋଲି ମଞ୍ଚରେ ପ୍ରକାଶ କରିଥିଲେ l ଏହି ଅବସରରେ ବିଦ୍ୟାଳୟର ସ୍ମରଣିକା ଏବଂ ନେତାଜି ସୁବାଷ ଚନ୍ଦ୍ର ବୋଷଙ୍କ ଜୀଵନୀ ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ ହୋଇଥିଲା,ପ୍ଲାଣ୍ଟିନମ ଯୁବଲିର ସଭାପତି ସୁକାନ୍ତ ପ୍ରଧାନ,ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ଲାଣ୍ଟିନମ ଯୁବଲିର କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ, ଏହି କାର୍ଯ୍ୟକ୍ରମ ଆସନ୍ତା ମଙ୍ଗଳ ବାର ପଯ୍ୟନ୍ତ  ଜାରିରହିବ  l
 

Recent Comments

Leave Comments

Top