କଣିହାଁ/0୯/0୨/୨0୨୬/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲା କଣିହାଁ ବ୍ଲକର ପବିତ୍ର ମୋହନ ସଭାଗୃହ ଠାରେ ସମୋବାର ଅନୁଗୋଳ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଅବ୍ଦାଲ ଏମ୍ ଅଖତରଙ୍କ ଉପସ୍ଥିତିରେ ମୋଟ ୩୪ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ବ୍ୟକ୍ତିଗତ ୨୮ଟି ଗ୍ରାମ୍ୟ ଭିତ୍ତିକ ୬ ଟି ଅଭିଯୋଗ ଥିଲା,ଏହି ଶିବିର ସ୍ଥଳରେ ତୁରନ୍ତ ୮ଟି ଅଭିଯୋଗର ଫଏସଲା କରାଯାଇଥିଲା । ୩ ଜଣ ଅନାଗ୍ରସର ବ୍ୟକ୍ତିଙ୍କୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ବଜ୍ରକୋଟ ପଞ୍ଚାୟତର ଭକ୍ତବନ୍ଧୁ ଧୀର ଓ ଯୋଗୀନାଥ ପ୍ରଧାନ ଉଭୟଙ୍କୁ କର୍କଟ ରୋଗର ଚିକିତ୍ସା ନିମନ୍ତେ ୭୫୦୦ ଟଙ୍କା ଲେଖାଏଁ ଏବଂ ପରାବିଲ ଗହମ ଗ୍ରାମର ଅବନ୍ତୀ ନାଏକ କୁ ଜୀବିକା ନିର୍ବାହ ନିମନ୍ତେ ୭୫୦୦ ଟଙ୍କା ର ଚେକ୍ ପ୍ରଦାନ କରାଯାଇଥିଲା।
ଅଭିଯୋଗ ମୁଖ୍ୟତଃ ଗ୍ରାମ୍ୟ ଭିତ୍ତିକ ସମସ୍ୟା,କଳକାରଖାନା ଦ୍ଵାରା ଅଧିଗୃହୀତ କ୍ଷତିଗ୍ରସ୍ତ ପ୍ରଜାଙ୍କ ନିଯୁକ୍ତି ଏବଂ ଥଇଥାନ ସମସ୍ୟା, ଜମିଜମା ସମ୍ବନ୍ଧରେ, ରାସ୍ତାଘାଟ ମରାମତି ଏବଂ ବ୍ୟକ୍ତି ଗତ ସମ୍ବନ୍ଧରେ ଆସିଥିଵା ଜଣା ପଡିଛି । ଏଥିରେ ଉପସ୍ଥିତ ଥିଲେ ଉପ ଆରକ୍ଷୀ ନୀରିକ୍ଷକ ସମୀର କୁମାର ପଣ୍ଡା,ଆଇଏସ ଉପଜିଲ୍ଲାପାଳ ସମୀର କୁମାର ଜେନା ତାଳଚେର,ଆଇଏସ କସ୍ତୁରୀ ଶା ପ୍ରୋବେସନ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ,ଉପମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହାନ୍ତ, ବିଡିଓ ତ୍ରିବିକ୍ରମ କୁମୁରା, ତହସିଲଦାର ଚିନ୍ମୟ ଦାସ ଥିଲେ l ଏଥିରେ ଜିଲ୍ଲା,ଏବଂ ବ୍ଲକ, ସ୍ତରୀୟ ଅଧିକାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ସମସ୍ତ ପ୍ରକଳ୍ପ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Recent Comments