ଗୁଣୁପୁର/ରାୟଗଡା/୧୧/୦୨/୨୦୨୬/(ଆଧାର ମିଡ଼ିଆ)-ଶିଶୁ ମାନଙ୍କ ପ୍ରତିଭା ଓ ସେମାନଙ୍କ ମାନସିକ ବୌଦ୍ଧିକ ବିକାଶ ନିମନ୍ତେ ଗୁଣପୁର ରେ ଶିଶୁ ଉତ୍ସବ କରିବା ସକାଶେ ସ୍ଥାନୀୟ କନ୍ୟାକା ପରମେଶ୍ବରି ମନ୍ଦିର ରେ ଗୁଣୁପୁର ସହରର ବହୁ ବୁଦ୍ଧିଜୀବୀ ମାନଙ୍କୁନେଇ ଏକ ଚିନ୍ତନବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ପ୍ରତିଯୋଗିତା ଉତ୍ସବ ଏବଂ କାର୍ଯ୍ୟକ୍ରମରେ ସାମୁହିକ ବିକାଶ ଓ ସାମୁହିକ ପ୍ରତିଭା ଲୋକଲୋଚନକୁ ଆଣିବାର ଗୁଣପୁରରେ ସର୍ବଦା ପ୍ରୟାସ କରାଯାଇଛି। କେବଳ ଶିଶୁମାନଙ୍କ ନିମନ୍ତେ ଯୋଜନା କରିପାରିଲେ ଗୁଣପୁରର ଶିଶୁମାନେ ମଧ୍ଯ ରାଷ୍ଟ୍ରୀୟ ଓ ପ୍ରଦେଶ ସ୍ତରରେ ଉଚିତ୍ ସ୍ଥାନ ପାଇପାରିବେ ବୋଲି ସମସ୍ତେ ମତ ପୋଷଣ କରିଥିଲେ ।
ଗୁଣପୁରର ଶିଶୁ ଯାହାଙ୍କ ବୟସ ୧ରୁ ୧୫ ବର୍ଷଙ୍କ ନିମନ୍ତେ ଏକ ଉଚିତ୍ ଭିତିଭୂମି ନେଇ ସେମାନଙ୍କ ସ୍ଵତନ୍ତ୍ର ବିକାଶ ସକାଶେ ଏହି ବୈଠକରେ ଆଲୋଚନା କରିଥିଲେ। ଏହି ଶିଶୁ ଉତ୍ସବକୁ ଶିଶୁ ପ୍ରତିଭା ବିକଶିତ ମଞ୍ଚ, ଗୁଣପୁର ପରିକଳ୍ପନାରେ ଚିନ୍ତନ କରାଯାଇଥିବାରୁ ସମସ୍ତ ବୁଦ୍ଧିଜିବୀ ଓ ଗ୍ରାମବାସୀ ସାଧୁବାଦ ଦେଇଥିଲେ। ଶିଶୁ ଉତ୍ସବ ପରିଚାଳନା ନିମନ୍ତେ ସଭାପତି ଭାବେ ବରିଷ୍ଠ ଶିକ୍ଷାବିତ୍ ଜଗନ୍ନାଥ ପଟ୍ଟନାୟକ, ଉପ ସଭାପତି ଭାବେ ଶିକ୍ଷାବିତ୍ ତଥା ସମାଜସେବୀ ରାଜେଶ କୁମାର ପଣ୍ଡା, ସମ୍ପାଦକ ଭାବେ ସମାଜସେବୀ ଲକ୍ଷ୍ମୀ ମହାଙ୍କୁଡ, ସହ ସମ୍ପାଦକ ଭାବେ ଚାରୁବାଳା ଶତପଥୀ ଓ କୋଷାଧକ୍ଷ ଭାବେ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି। କାର୍ଯ୍ଯକ୍ରମ ପ୍ରାରମ୍ଭ ରେ ମଞ୍ଚ ର ଆବାହକ ଶକ୍ତି ଦାଶ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଉପସ୍ଥାପନା କରିଥିବା ବେଳେ ଅତିଥିଙ୍କୁ ସ୍ୱାଗତ୍ ଓ ପରିଚୟ ପ୍ରଦାନ ଅନନ୍ତ କୁମାର ପାତ୍ର ପ୍ରଦାନ କରିଥିଲେ। ବୈଠକ ଶେଷରେ ସରକାରୀ ଅତିରିକ୍ତ ଆଇନଜିବୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ଧନ୍ଯବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁଣପୁର ର ଅନେକ୍ ବୁଦ୍ଧିଜିବୀ, ସାମାଜସେବୀ, କ୍ରୀଡାବିତ, ସାହିତ୍ୟକ ଓ ସାମ୍ବାଦିକ ବୃନ୍ଦ ଉପସ୍ଥିତ ଥିଲେ।
Recent Comments