ପିପିଲି/୧୨/୨/୨୦୨୬/(ଆଧାର ମିଡ଼ିଆ) ପିପିଲି ଏସଡିପିଓ କାର୍ଯ୍ୟାଳୟ ଅଧୀନରେ ଥିବା ବଳଙ୍ଗାରେ ନୂତନ ମହିଳା ଥାନା ଅଧିକାରୀଭାବେ ସସ୍ମିତା ସାହୁ ବୁଧବାର ଦିନ ଯୋଗଦାନ ସହ ଦାୟିତ୍ଵ ଗ୍ରହଣ କରିଛନ୍ତି। ଦିବ୍ୟରଞ୍ଜନ ପଣ୍ଡାଙ୍କ ଚନ୍ଦନପୁର ଥାନାକୁ ବଦଳି ହୋଇଥିବା ବେଳେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିକାରୀ ସସ୍ମିତା ସାହୁଙ୍କ ବଳଙ୍ଗା ଥାନାକୁ ବଦଳି କରି ଛନ୍ତି ପୁରୀ ଏସପି।ବୁଧବାର ଦିନ ପୂର୍ବାହ୍ନରେ ଶ୍ରୀମତୀ ସାହୁଙ୍କୁ ଥାନାପକ୍ଷରୁ ସ୍ବାଗତ କରାଯାଇଥିଲା | ଦାୟିତ୍ଵ ଗ୍ରହଣ ପରେ ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ,ପାଟ୍ରୋଲିଂ କଡ଼ାକଡ଼ି ,ଥାନାକୁ ଆସୁଥିବା ବିଭିନ୍ନ ପଦ ପଦବୀ ଆଖ୍ୟାର ପରିଚୟ ଦେଇ ଥାନା ଅଧିକାରୀ ଏବଂ ଏସଆଇ. ଏ ଏସଆଇ ନାମ ରେ ଥାନାକୁ ଆସୁଥିବା ଜନସାଧାରଣ ମାନଙ୍କ ଠାରୁ ବେଆଇନ ଅର୍ଥ ଆଦାୟ ରୋକିବା ଦଲାଲ ରୋକିବା ଏବଂ ଥାନାକୁ ଦଲାଲ ମୁକ୍ତ ଅଂଚଳ ଉପରେ ଗୁରୁତ୍ୱ ଦେବେ.ଥାନାକୁ ଆସୁଥିବା ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ଦେଇ ତ୍ବରିତ ନ୍ୟାୟ ପ୍ରଦାନ କରିବାକୁ ଉଦ୍ୟମ କରିବେ ବୋଲି ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି ।
Recent Comments