ସୁବର୍ଣ୍ଣପୁର/୧୧/୦୨/୨୦୨୬/(ଆଧାର ମିଡ଼ିଆ)-ଆଜି ଆପରାହ୍ନ ୩.୩୦ ରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ସମନ୍ୱୟ ଓ ସହଯୋଗ ବୈଠକ ଆୟୋଜନ କରାଯାଇ ଥିଲା। ଏହି ବୈଠକର ଅଧ୍ୟକ୍ଷତା କରିଥିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ। ବୈଠକଟିକୁ ପରିଚାଳନା କରିଥି ଲେ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ଶ୍ରୀ ଚତୁର୍ଭୁଜ ଦାସ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଲିନା ପ୍ରଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ସମାଜ କଲ୍ୟାଣ ବିଭାଗର ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ, ସଖୀ ସେଣ୍ଟର, ଶିଶୁ ସୁରକ୍ଷା ବିଭାଗ ଓ ଚାଇଲ୍ଡ ଆଡପ୍ସନ୍ ୟୁନିଟ୍ର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
ବୈଠକରେ ଶିଶୁ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ, ହେଲ୍ପଲାଇନ୍ ସେବା, ବିଭିନ୍ନ ବିଭାଗର କାର୍ଯ୍ୟ, ଆଗାମୀ ଦିନର କାର୍ଯ୍ୟପରିକଳ୍ପନା ଏବଂ ଶିଶୁ ସୁରକ୍ଷା ସମୟରେ ଆସୁଥିବା ସମସ୍ୟାଗୁଡ଼ିକ ଉପରେ ଆଲୋଚନା ହୋଇଥିଲା।ଏହା ସହିତ ସ୍କୁଲରେ ପ୍ରାର୍ଥନା ସମୟରେ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ସଚେତନତା, ସେନ୍ସିଟାଇଜେସନ୍ କାର୍ଯ୍ୟକ୍ରମ, କିଶୋରୀମାନଙ୍କ ସୁରକ୍ଷା, ଶିକ୍ଷା ଏବଂ ଆଇନ ସମ୍ବନ୍ଧୀୟ ବିଷୟ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା | ଶିଶୁ ସୁରକ୍ଷା ପାଇଁ ଅନେକ ଆଇନ ରହିଛି, କିନ୍ତୁ ଆଇନର ସୀମା ଠାରୁ ଆଗକୁ ଭାବି ସମସ୍ତ ବିଭାଗ ମିଶି କାମ କଲେ ମାତ୍ର ଶିଶୁମାନେ ସତ୍ୟରେ ସୁରକ୍ଷିତ ହେବେ। ଶିଶୁମାନଙ୍କ ପାଇଁ ଏକ ଶିଶୁ–ମିତ୍ର ପରିବେଶ ସୃଷ୍ଟି କରିବା ଆବଶ୍ୟକ ବୋଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ସାହୁ କହିଥିଲେ |
Recent Comments