logo
add image
ନୂଆପଡ଼ାରେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର ସମୀକ୍ଷା ବୈଠକ,

ନୂଆପଡ଼ାରେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର ସମୀକ୍ଷା ବୈଠକ,

ନୂଆପଡା/୧୩/୦୨/୨୦୨୬/(ଆଧାର ମିଡ଼ିଆ)-ଜିଲ୍ଲାରେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।  ନୂଆପଡା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଏଲ୍‌ଡିଏମ୍‌ ହରିଶଙ୍କର ନିଆଲ, ଡିପିସି-କମ୍-ଡିପିଏମ୍‌ ମିଶନ ଶକ୍ତି ସୁନୀଲ କୁମାର ମଲ୍ଲିକ ସହିତ ସମସ୍ତ ବ୍ଲକ୍ ପ୍ରୋଗ୍ରାମ କୋଓର୍ଡିନେଟର ଉପସ୍ଥିତ ଥିଲେ। ଶ୍ରୀ ମଲ୍ଲିକ ନିଜ ବିଭାଗର ବିଭିନ୍ନ କ୍ଷେତ୍ରରେ ସଫଳତା ଉପସ୍ଥାପନ କରିଥିଲେ l
ବୈଠକରେ ଜିଲ୍ଲାପାଳ ବ୍ୟାଙ୍କ ଲିଙ୍କେଜ୍‌ରେ ୧୦୦ ପ୍ରତିଶତ ସଫଳତା ହାସଲ କରିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ପ୍ରତି ବ୍ଲକ୍‌ରେ ୫ଟି ଲେଖାଏ ପତ୍ର ଖଲିଦନା ମେସିନ୍ ସ୍ଥାପନ କରାଯିବା ସହ ପ୍ଲାଷ୍ଟିକ ଖଲିଦନା ବିକ୍ରି ଜିଲ୍ଲାରେ ସଂପୂର୍ଣ୍ଣ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ପତ୍ର ଖଲିଦାନା ବିକ୍ରିର ଦାୟିତ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (WSHG) ନେବେ।
ଜିଲ୍ଲାରେ ୩୩ଟି ମିଶନ ଶକ୍ତି ରିଟେଲ ମାର୍ଟ ନିର୍ମାଣ ସମ୍ପୂର୍ଣ୍ଣ ହୋଇଅଛି। ସେହିପରି  ଜିଲ୍ଲାରେ ୫୩୦୦ ଟି ପ୍ରବାସୀ ଶ୍ରମିକ ପରିବାରକୁ ଚିହ୍ନଟ କରି ସେମାନଙ୍କୁ  ଜୀବନ ଜୀବିକାର ସହାୟତା ଯୋଗାଇଦିଆଯିବ।ଉଦ୍ୟୋଗ ଆଧାରରେ  ଓ PMFME ଯୋଜନାରେ ହୋଇଥିବା ଆବେଦନ  ବିଷୟରେ ସମୀକ୍ଷା କରାଯାଇଥିଲା। ଜଳ ପରିମଳ ସ୍ଥିତି ସୁଧାର ପାଇଁ WASH Finance ଅଧୀନରେ ୧୨୦୦ଟି ପରିବାରଙ୍କ ଆବେଦନ ମଞ୍ଜୁର କରାଯିବାକୁ ଲକ୍ଷ୍ୟ ଧରାଯାଇଛି।ଏହି ଅବସରରେ ମିଶନଶକ୍ତିର ଦୁଇଜଣ ସଫଳ ହିତାଧିକାରୀ ମହିଳା, ଖଲିଆପାଣିର ଭଗବାନୀ ବରିହା ଓ ଧରମବନ୍ଧାର ସାରତୀ ରଣାଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ।
ସେମାନେ ଆଗରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ  ଯାଉଥିଲେ l କିନ୍ତୁ ଏବେ ବ୍ୟାଙ୍କ୍ ସହାୟତାରେ ବିଭିନ୍ନ ପନିପରିବା ଚାଷ କରି ବାର୍ଷିକ ଦୁଇ ଲକ୍ଷ ଟଙ୍କା ଲାଭ ପାଉଛନ୍ତି l ଏମାନେ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ବୋଲି ଜିଲ୍ଲାପାଳ କହିଥିଲେ l ବୈଠକରେ ସ୍ଵତନ୍ତ୍ର ଅଧିକାରୀ ସୀତାରାମ ମେହେର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଅନ୍ୟାନ୍ୟ  ବିଭାଗୀୟ ଅଧିକାରୀଙ୍କ ସହିତ  ଜିଲ୍ଲାର ସମସ୍ତ BPC,BPM, BPA, BLC,SDC ଯୋଗ ଦେଇଥିଲେ l ପାୱାର ପଏଣ୍ଟ ମାଧ୍ୟମରେ ବିଭିନ୍ନ  ମହିଳାଙ୍କ ସଫଳତା କାହାଣୀ ପ୍ରଦର୍ଶିତ ହୋଇଥିଲା। ଜିଲ୍ଲାପାଳ ସମସ୍ତ କର୍ମଚାରୀ ମାନଙ୍କୁ ଫେବୃଆରୀ ଶେଷ ସୁଦ୍ଧା ୧୨୦ ପ୍ରତିଶତ ସଫଳତା ହାସଲ କରି ଜିଲ୍ଲାକୁ ରାଜ୍ୟରେ ଏକ ନମ୍ବର ସ୍ଥାନରେ ରଖିବାକୁ ଆହ୍ବାନ ଦେଇଥିଲେ l

Recent Comments

Leave Comments

Top