ସୋନପୁର/୧୪/୦୨/୨୦୨୬/(ଆଧାର ମିଡ଼ିଆ)-ଆଜି ସୋନପୁର ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଛି। ଫେବୃଆରୀ ୦୬ ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ତାଲିମ୍ ଶିବିରର ଉଦଯାପନୀ ସଭାରେ ସଂଯୋଜିକା ଶ୍ରୀମତୀ ରାଜଲତା ଅଲିଭା ଏହି ତାଲିମ୍ ଶିବିରର ସଫଳତା ବିଷୟରେ ବକ୍ତବ୍ୟ ରଖିଥିଲେ। ମାଷ୍ଟର ଟ୍ରେନର ଶୁଭସ୍ମିତା ଦାଶ ଏବଂ+୩ ପ୍ରଥମ ବର୍ଷର ଛାତ୍ରୀମାନେ ଆତ୍ମସୁରକ୍ଷା ପାଇଁ ଶିଖିଥିବା କିଛି କୌଶଳ ର ନମୁନା ପ୍ରଦର୍ଶନ କରିଥିଲେ। ଅଧ୍ୟାପିକା ଶ୍ରୀମତୀ ନିରୋଜା ଗୁରୁ ଏ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଥିରେ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ଚନ୍ଦ୍ରକାନ୍ତି ବିଶ୍ଵାଳ, ପ୍ରାୟୋଜିତା ବିଶି, ଜନନୀ ମେହେର ଯୋଗଦେଇଥିଲେ। ଆତ୍ମସୁରକ୍ଷା କ୍ଲବ୍ ସଦସ୍ୟା ଡଃ ଇତିଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments