logo
add image
 ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ୨-୦ ଗୋଲରେ ଢେଙ୍କାନାଳ ବିଜୟୀ

ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ୨-୦ ଗୋଲରେ ଢେଙ୍କାନାଳ ବିଜୟୀ

ରଣପୁର/ନୟାଗଡ/୧୪/୦୨/୨୦୨୬/(ଆଧାର ମିଡ଼ିଆ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୨୨ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ପପୁଲାର କ୍ଲବ ଢେଙ୍କାନାଳ ଓ ସାନ୍ କ୍ଲବ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ  ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ବସ୍ ମାଲିକ ସଂଘ ସଭାପତି ମନୋଜ ନାୟକ,ବସ ମାଲିକସଂଘ ସଂପାଦକ ଶେଖ୍ ଇସୁଫୁ,ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରକାଶ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ଏହି ମ୍ୟାଚରେ ଅତିଥିମାନେ ଓ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ପଡିଆ ମଧ୍ୟରେ ଖେଳାଳି ମାନଙ୍କସହ କର ମର୍ଦନ କରି ଉତ୍ତମ ଓ ସୁନ୍ଦର ଖେଳ ପ୍ରଦର୍ଶନ କରିବା ପାଇଁ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ. ଟୁର୍ଣ୍ଣାମେ ଣ୍ଟର ଫାଇନାଲ ମ୍ୟାଚରେ ପପୁଲାର କ୍ଲବ ଢେଙ୍କାନାଳ ଓ ସାନ୍ କ୍ଲବ ଭୁବନେଶ୍ୱର ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ ଢେଙ୍କାନାଳ ପକ୍ଷରୁ ଗୋଟିଏ ଗୋଲ ସ୍କୋର ହୋଇ ଥିବା ବେଳେ ଖେଳର ଦିତୀୟାର୍ଦ୍ଧରେ ମଧ୍ୟ ଗୋଟିଏ ଗୋଲ ସ୍କୋର ହୋଇ ଥିଲା। ଫଳରେ ୨-୦ ଗୋଲରେ ଢେଙ୍କାନାଳ ଅଗ୍ରଣୀ ରହି ଥିଲା। ତେବେ ୨-୦ ଗୋଲରେ ଢେଙ୍କାନାଳ ବିଜୟୀ ହୋଇଛି । ୧୫ ନମ୍ବର ଖେଳାଳିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା। ଫାଇନାଲରେ ବିଜୟୀ ହୋଇ ଥିବା ଚମ୍ପିୟାନ ଖେଳାଳି ମାନଙ୍କୁ ସ୍ଵର୍ଣ୍ଣ ପଦକ ସହିତ ଟ୍ରଫି ଓ ୧୫ ହଜାର ଟଙ୍କା ପାଇଥିବା ବେଳେ ରନର୍ସ ହେଇ ଥିବା ଟିମର ପ୍ରତି ଖେଳାଳି ମାନଙ୍କୁ ରୌପ୍ୟପଦକ ସହିତ ୧୦ହଜାର ଟଙ୍କା ଦିଆ ଯାଇଥିଲା ।
ଏହି ମ୍ୟାଚର ମୁଖ୍ୟ ରେଫରି ମିର୍ଜା ସିରାଜୁଦ୍ଦିନ ବେଗ ସହିତ ଲକ୍ଷ୍ମୀଧର ଚୌଧୁରୀ ଓ ବୈକୁଣ୍ଠ ମହାପାତ୍ର ଲାଇନରେ ରହି ସହାୟତା କରିଥିବା ବେଳେ ଚତୁର୍ଥ ରେଫରି ଭାବେ ଆଲୋକ ରଣା ଏବଂ ମ୍ୟାଚ କମିଶନର ସଦାଶିବ ସାହୁ ମ୍ୟାଚକୁ ପରିଚାଳନା କରିଥିଲେ । ଏହି ଅବସରରେ ଲଟେରୀ ଉଠାଣ ପାଇଁ କ୍ଲବ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ପ୍ରଥମ ଉପହାର ୨ ଗୋଟି ସାଇକେଲ ଥିଲା ।  ଦ୍ଵିତୀୟ ଉପହାର ଗ୍ରାଇଣ୍ଡର , ତୃତୀୟ ଉପହାର ହଟ କେସ ଥିବା ବେଳେ ସନ୍ତନା ମୂଳକ ଉପହାର ଛତା ଦିଆ ଯାଇଥିଲା।ମ୍ୟାଚକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ଦର୍ଶକମାନେ ଆସି ଖେଳକୁ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାଜ ସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସମସ୍ତ ବରିଷ୍ଠ ଓ କନିଷ୍ଠ ସଦସ୍ୟମାନେ ସହଯୋଗ କରିଥିଲେ ।

 

  
 

Recent Comments

Leave Comments

Top