ବାଲିଗୁଡା/୧୪/୦୧/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲ୍ଲା ବାଲିଗୁଡାର ଗର୍ବ ଓ ଗୌରବ ଦିଲ୍ଲୀପ ପାତ୍ର । ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ହାସଲକରି ବାଲିଗୁଡା ପାଇଁ ଗୌରବ ଅଣିଛନ୍ତି ଦିଲ୍ଲୀପ । ଭୁବନେଶ୍ଵର ସ୍ଥିତ ଉତ୍କଳ ମଣ୍ଡପରେ ଆୟୋଜିତ ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଦେଶର ୧୫୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସମସ୍ତ ବିଭାଗରେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି ଦିଲ୍ଲୀପ ।
୬୦ କେଜିରୁ ଉର୍ଦ୍ଧ ବର୍ଗରେ ସ୍ବର୍ଣ୍ଣପଦକ ହାସଲକରି ଓଭରାଲରେ ଚମ୍ପିଆନ ହୋଇଛନ୍ତି । ସ୍ଵର୍ଣ୍ଣ ପଦସହ ୬ହଜାର ଟଙ୍କା ଏବଂ ଓଭରାଲ ଚମ୍ପିଆନରେ ୩୧ ହଜାର ଟଙ୍କା ସମୁଦାୟ ୩୬ ହଜାର ଟଙ୍କାର ଚେକ,ଟ୍ରଫି ସହ ଏକଖଣ୍ଡା ପୁରସ୍କାର ପାଇଛନ୍ତି । ବାଲିଗୁଡା ଥାନା ଅନ୍ତର୍ଗତ ନିପଟ ମଫସଲ ଗାଁ ବୁଡ଼ାଗୁଡାରେ ଜନ୍ମହୋଇ ବର୍ତ୍ତମାନ ବାଲିଗୁଡା ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଅଛନ୍ତି । ନିଜର ଚେଷ୍ଟା ଓ ପରିଶ୍ରମ ବଳରେ ସଫଳତାର ସିଡିଚଢ଼ି ଚାଲିଛନ୍ତି । ଏହି ସଫଳତା ପଛରେ ଜିମ୍ ଶିକ୍ଷକ, ଥାନା ଅଧୂକାରୀ ଏବଂ ସାଙ୍ଗସାଥୀଙ୍କ ହାତଥିବା ସେ କହିଛନ୍ତି । ଆଗକୁ ସେ ଏସିଆ ଗେମ୍ ଖେଳିବା ପାଇଁ ଚେଷ୍ଟା ଜାରୀରଖିଛନ୍ତି । ଏହି ସଫଳତା ପାଇବା ପରେ ଦିଲ୍ଲୀପଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।
Recent Comments