logo
add image
ମେୟରଙ୍କ ନୂତନ ବସତି ମହାବୀର ନଗର ପରିଦର୍ଶନ ଓ ନାମ ଫଳକ ଉନ୍ମୋଚନ

ମେୟରଙ୍କ ନୂତନ ବସତି ମହାବୀର ନଗର ପରିଦର୍ଶନ ଓ ନାମ ଫଳକ ଉନ୍ମୋଚନ

କଟକ/୧୬/୦୨/୨୦୨୬/(ଆଧାର ମିଡ଼ିଆ-ପରମେଶ୍ୱର ପରିଡା)-ଜଗତପୁର ୪୯ ନଂ ୱାର୍ଡର ଇମାମ୍ ନଗର ମୌଜାରେ ନୂତନ ଭାବେ ଗଢି ଉଠିଥିବା ଏକ ଜନବସତି ମହାବୀର ନଗର ଶୁକ୍ରବାର ସନ୍ଧ୍ୟାରେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତବିଶ୍ୱାଳ ଓ କଟକ ମହାନଗର ନିଗମର ଡେପୁଟି ମେୟର ଶୁଶ୍ରୀ ଦମୟନ୍ତୀ ମାଝୀଙ୍କ ଦ୍ଵାରା କଲୋ ନୀର ନାମଫଳକ ଉନ୍ମୋଚନ କରିବା ସହିତ କଲୋନୀ ବାସୀଙ୍କ ଅନୁରୋଧ କ୍ରମେ ସମ୍ପୂର୍ଣ୍ଣ ଅଞ୍ଚଳକୁ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ।
ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।  ପରେ ପରେ ସ୍ଥାନୀୟ ଅଞ୍ଚଳର ଅଧିବାସୀଙ୍କ ଦ୍ଵାରା ବ୍ୟବହାର କରାଯାଉଥିବା ରାସ୍ତାର ଉନ୍ନତିକରଣ ,ବର୍ଜ୍ୟଜଳ ନିଷ୍କାସନ ନିମନ୍ତେ ଡ୍ରେନ ନିର୍ମାଣ , ରାସ୍ତା ଆଲୋକୀକରଣ, ଓ ଦୈନଦିନ ପରିମଳ ବ୍ୟବସ୍ଥା ର ସୁପରିଚାଳନା ଏବଂ ନୀୟମିତ ସଫେଇ ବ୍ୟବସ୍ଥା
ସମ୍ପର୍କରେ ବୁଝିଥିଲେ । ଏହି ଅଞ୍ଚଳ ପରିଦର୍ଶନ ପରେ ସିଏମସି କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋ ଚନା କରି ସମସ୍ୟାର ଆଶୁ ସମାଧାନ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ସର୍ଭେ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକଙ୍କ ପକ୍ଷରୁ ଡଃ ବିଶ୍ଵାଳ ପ୍ରତିଶ୍ରୁତି ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର ନବକିଶୋର ସ୍ୱାଇଁ, ଆଶୋକ ମିଶ୍ର, ନିର୍ମଳ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ ସ୍ୱାଇଁ ଏବଂ ସୁବ୍ରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ମହାବୀର ନଗର ପକ୍ଷରୁ ଶିଳ୍ପୋଦ୍ୟୋଗୀ ଦୁର୍ଯ୍ୟୋଧନ  ପଣ୍ଡା, ଦାମୋଦର ବାରିକ, ଗଣେଶ ଚନ୍ଦ୍ର ହେମ୍ବ୍ରମ, ସୌରଜିତ ଭୂୟାଁ, ବିଭୂତି ଭୂଷଣ ସିଂ, ରଶ୍ମିରଞ୍ଜନ ମହାପାତ୍ର, ପ୍ରଦୀପ ସାମନ୍ତରାୟ, ସୁହାସିନ ଦାସ, ମୋହିନ ହେମ୍ବ୍ରମ, ଦାରାସିଂ ସାନ୍ଧୁ, ଦେବେନ୍ଦ୍ର ପ୍ରଧାନ, ଲକ୍ଷ୍ମୀପ୍ରିୟା ଦଳାଇ, ରଞ୍ଜନ ଖୁଣ୍ଟିଆ, ମଧୁସ୍ମିତା ଷଡ଼ଙ୍ଗୀ ,ବିଜୟ ମହାପାତ୍ର,ଏବଂ ବିଶ୍ଵନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Recent Comments

Leave Comments

Top