logo
add image
ଦୟାନଦୀ ଉପରେ ନିର୍ମାଣହେବ ଅନ୍ତନଦୀ ସରକ୍ଷଣ ପ୍ରକଳ୍ପ.

ଦୟାନଦୀ ଉପରେ ନିର୍ମାଣହେବ ଅନ୍ତନଦୀ ସରକ୍ଷଣ ପ୍ରକଳ୍ପ.

ପିପିଲି/୧୬/୨/୨୦୨୬/(ଆଧାର ମିଡ଼ିଆ)-ସୋମବାର ଦିନ ପୂର୍ବାହ୍ନ ସମୟରେ ଭୁବନେଶ୍ୱର ପ୍ରାଚୀ ଡିଭିଜନ ଅଧୀନରେ ଥିବା ଦୟାନଦୀ ଉପରେ ନିର୍ମାଣ ହେବାକୁ ଯାଉଅଛି ଅନ୍ତନଦୀ ସରଂକ୍ଷଣ ପ୍ରକଳ୍ପ. ଏହି ପ୍ରକଳ୍ପକୁ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ବାବୁ ସିଂ.ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ( ରିକୁ ) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରି ଭୂମିପୂଜନ କରିଛନ୍ତି.ଏହି ସମୟରେ ଭୁବନେଶ୍ୱର ଜଳସମ୍ପଦ ବିଭାଗ ପ୍ରାଚୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ରଘୁନାଥ ସ୍ୱାଇଁ.ଧଉଳି ପଞ୍ଚାୟତ ସରପଞ୍ଚ.ସମିତି ସଭ୍ୟ ଯୋଗ ଦେଇଥିଲେ. ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ପଞ୍ଚାୟତର ଅଞ୍ଚଳବାସି ଓ ପିପିଲି ନିର୍ବାଚନ ମଣ୍ଡଳୀର ଚାରି ଗୋଟି ଅଞ୍ଚଳ ବାସୀଙ୍କ ଦୀର୍ଘଦିନର ଆବଶ୍ୟକତାକୁ ପୂରଣପାଇଁ ଦୟାନଦୀ ଉପରେ ୬୩ କୋଟି ଟଙ୍କାର ଅନ୍ତଃନଦୀ ଜଳ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ.ଏହି ପ୍ରକଳ୍ପ ଦ୍ୱାରା ପାନୀୟ ଜଳ.ଅଣ୍ଡର ସାଉଣ୍ଡ ରିଚାର୍ଜ. ଲିଫିଟିଙ୍ଗ. ପିଇବା ପାଣି.ଚାଷ ଉପଯୋଗୀ.ବ୍ୟାରେଜ ନିର୍ମାଣ ପରେ ପର୍ଯ୍ୟଟନର ବିକାଶ.ଏସବୁ ଦୁଇବର୍ଷ ମଧ୍ୟରେ ଶେଷହେବା ପାଇଁ ଅଧିକ୍ଷଣ ଯନ୍ତ୍ରୀ ପ୍ରାଚୀ ଡିଭିଜନ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି.ଖାଲି ସେତିକି ନୁହେଁ ଗଙ୍ଗୁଆ ୨.୦୫ କିମିଠାରେ ୩୮  କୋଟି ବ୍ୟୟବରାଦ ମଧ୍ୟରେ କାର୍ଯ୍ୟ କରାଯିବ ଏହା ଏକମାସ ମଧ୍ୟରେ ଟେଣ୍ଡର ପ୍ରକାଶ ପାଇବ ବୋଲି ସୂଚନା ମିଳି ଅଛି.

Recent Comments

Leave Comments

Top