logo
add image
ସୋନପୁର କଲେଜରେ ଆନ୍ତଃକଲେଜ କର୍ମଚାରୀ କ୍ରିକେଟ୍ ଟୁର୍ନାମେଣ୍ଟ ଉଦ୍ଘାଟିତ - 

ସୋନପୁର କଲେଜରେ ଆନ୍ତଃକଲେଜ କର୍ମଚାରୀ କ୍ରିକେଟ୍ ଟୁର୍ନାମେଣ୍ଟ ଉଦ୍ଘାଟିତ - 

ସୋନପୁର/୧୭/୦୨/୨୬/(ଆଧାର ମିଡ଼ିଆ)- ସୋନପୁର କଲେଜ୍ ପ୍ରାଙ୍ଗଣରେ ଆନ୍ତଃ କଲେଜ କର୍ମଚାରୀ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଏହି ବନ୍ଧୁତ୍ୱପୁର୍ଣ୍ଣ କ୍ରିକେଟ୍ ପ୍ରତିଯୋଗିତାରେ ଜିଲ୍ଲାର ୭ ଟି କଲେଜର କର୍ମ ଚାରୀମାନେ ଅଂଶଗ୍ରହଣ କରିଥିଲେ ଯଥା ସୋନପୁର ମହାବିଦ୍ୟାଳୟ,ମୋଡେଲ ଡ଼ିଗ୍ରୀ ମହାବିଦ୍ୟାଳୟ,ସିଦ୍ଧାର୍ଥ ମହାବିଦ୍ୟାଳୟ ବିନିକା,ସିଂଢୋଲ ମହାବିଦ୍ୟାଳୟ,ବୀରମହାରାଜପୁର ମହାବିଦ୍ୟାଳୟ, ଆଞ୍ଚଳିକ କ୍ରିକେଟ ଟିମ ବୀରମହାରାଜପୁର ଏବଂ ପଦ୍ମିନୀଦେବୀ ମହାବିଦ୍ୟାଳୟ I 
ଉଦ୍ଘାଟନୀ ଅବସରରେ ମୁଖ୍ୟଅତିଥି ରୂପରେ ସୋନପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଧାକାନ୍ତ ନାଏକ ଖେଳର ଗୁରୁତ୍ୱ ଉଲ୍ଲେଖ କରି କହିଥିଲେ ଯେ, କ୍ରିକେଟ୍ କେବଳ ଏକ ଖେଳ ନୁହେଁ, ଏହା ସହଯୋଗ, ଶୃଙ୍ଖଳା ଓ ସମ୍ମିଳନର ପ୍ରତୀକ। ଏହା ସହିତ ସମ୍ମାନିତ ଅତିଥି ଭାବରେ ଆସିଥିବା ସୋନପୁର IDBI ବ୍ୟାଙ୍କ ଶାଖା ମୁଖ୍ୟ ଶ୍ରୀ ଆଶୁତୋଷ ନାଏକ ଏହି ପ୍ରତିଯୋଗିତା ମାଧ୍ୟମରେ କେମିତି ବିଭିନ୍ନ କଲେଜ୍‌ର କର୍ମଚାରୀମାନଙ୍କ ମଧ୍ୟରେ ସମ୍ମିଳିତ ମନୋଭାବ ଓ ମିତ୍ରତା ବୃଦ୍ଧି ପାଇବ, ସେଇ ଉପରେ ଆଲୋକପାତ କରିଥିଲେ। ପରିଶେଷରେ ଉଦଯାପନୀ ସଭାରେ ସମ୍ମାନିତ ଅତିଥି ରୂପରେ ଯୋଗଦାନ କରିଥିବା ସିଦ୍ଧାର୍ଥ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରେଖା ପ୍ରଧାନ ଖେଳରେ ଜିତିବା ହାରିବାକୁ ଜୀବନର ଏକ ଅଂଶ ଏବଂ ସଦଭାବନା ଓ ଭାତୃଭାବର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେI 
ଏହି ଦିନିକିଆ ମ୍ୟାଚରେ ଖେଳାଳିମାନେ ଉତ୍ସାହପୂର୍ଣ୍ଣ ପ୍ରଦର୍ଶନ କରିଥିଲେ। ଦର୍ଶକମାନଙ୍କ ହର୍ଷୋଲ୍ଲାସ ମଧ୍ୟରେ ପ୍ରତ୍ୟେକ ଦଳ ଶ୍ରେଷ୍ଠ ପ୍ରୟାସ କରିଥିଲା। ଅନ୍ତିମ ମ୍ୟାଚ୍‌ରେ ସୋନପୁର ମୋଡେଲ ଡ଼ିଗ୍ରୀ ମହାବିଦ୍ୟାଳୟ ଦଳ ବିଜୟୀ ହୋଇ ବିଜୟୀ ଟ୍ରଫି ହାସଲ କରିଥିବା ବେଳେ ଆଞ୍ଚଳିକ କ୍ରିକେଟ ଦଳ ,ବୀରମହାରାଜପୁର ଉପବିଜେତା ହୋଇଥିଲେI ଏହି ପ୍ରତିଯୋଗିତା ସଫଳତାର ସହିତ ସମାପ୍ତ ହୋଇଥିବାରୁ ସମସ୍ତ ଆୟୋଜକ କମିଟି ଓ ଅଂଶଗ୍ରାହୀଙ୍କୁ କଲେଜ୍ ପକ୍ଷରୁ ଧନ୍ୟବାଦ୍ ସହ ଅଭିନନ୍ଦନ ଜଣାଯାଇଛି।

Recent Comments

Leave Comments

Top