logo
add image
ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପୁରୀ/୧୭/୨/୨୦୨୬/(ଆଧାର ମିଡ଼ିଆ)-ପୁରୀ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ବ୍ରହ୍ମଗିରି ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୭୯ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୭୧ ଗୋଟି ବ୍ୟକ୍ତିଗତ,୮ ଗୋଟି ଗ୍ରାମ ସମ୍ବନ୍ଧୀୟ ରହିଥିଲା।ତତକ୍ଷଣାତ ୬ଗୋଟି ଅଭିଯୋଗର ସମାଧାନ କରାଯାଇଥିଲା।ଅନ୍ୟ ଅଭିଯୋଗ ଗୁଡିକର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।ଏହି ଶୁଣାଣୀରେ ଏସପି ପ୍ରତୀକ ସିଂ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ଉପ  ଜିଲ୍ଲାପାଳ ରାଜ କିଶୋର ଜେନା,ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ,ବ୍ରହ୍ମଗିରି ବିଡ଼ିଓ ମନୀଷା ଷଡ଼ଙ୍ଗୀ,ତହସିଲଦାର ଶଶୀଭୂଷଣ ମିଶ୍ର, ଅଭିଯୋଗ ଶୁଣାଣୀ ଅଧିକାରୀ ବିବେକାନନ୍ଦ ସାହୁ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

Recent Comments

Leave Comments

Top