ଢେଙ୍କାନାଳ/ଓଡାପଡା/୧୭/୦୨/୨୦୨୬/(ଆଧାର ମିଡ଼ିଆ)-ଢେଙ୍କାନାଳ ଜିଲ୍ଳାରେ ବାଲ୍ୟବିବାହ ନିରାକରଣ ଓ ଶିଶୁ ଅଧିକାର ଉଲଂଘନ ଉପରେ ସଚେତନତା ସକାଶେ ଓଡାପଡା ବ୍ଲକ କୁଶୁପଙ୍ଗା ଠାରେ ଆଜି ବିଶ୍ୱ ଯୁବକେନ୍ଦ୍ର ପକ୍ଷରୁ ପରିଚାଳିତ ପ୍ରକଳ୍ପ ଆକ୍ସେସ ଟୁ ଜଷ୍ଟିସ ଫର ଚିଲଡ୍ରେନ୍ସ ତରଫରୁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ଏହି ଗ୍ରାମର ଅଙ୍ଗାୱାଡି କର୍ମୀ,ଆଶା ଦିଦି,ସ୍ୱୟଂ ସହାୟିକା ଗୋଷ୍ଠୀର ମେମ୍ବର ଓ କିଶୋରୀବାଳିକା ମାନେ ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ବାଲ୍ୟବିବାହ ନିଷେଧ ଆଇନ ୨୦୦୬ ବିଷୟରେ ସଚେତନତା,ବାଲ୍ୟବିବାହ ଯୋଗୁଁ ଝିଅ ଉପରେ ପଡ଼ୁଥିବା ଶାରୀରିକ ,ପାରିବାରିକ ,ମାନସିକ ତଥା ଆର୍ଥିକ ଚାପ,ଶିକ୍ଷା ତଥା ଆତ୍ମନିର୍ଭରଶୀଳତା ଅଭାବ,ସାମାଜିକ କୁପରିଣାମ,ବାଲ୍ୟବିବାହ କ୍ଷେତ୍ରରେ ଆୟୋଜନକାରି,ଯୋଗଦେଇଥିବା ଅତିଥି,ତଥା ବିଭିନ୍ନ ସହଯୋଗୀଙ୍କୁ ଦଣ୍ଡବିଧାନ ତଥା ନିରାକରଣ ଉପରେ ଆଲୋଚନା ହୋଇଥିଲା | ଏହାବ୍ୟତୀତ ବୈଠକରେ ଶିଶୁ ଶ୍ରମିକ,ଶିଶୁ ଚାଲାଣ ଓ ଶିଶୁମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଉପରେ ଆଲୋଚନା ହୋଇଥିଲା | ଏହି ଅବସରରେ କୌଣସି ଶିଶୁ ଅଧିକାର ଉଲ୍ଲଙ୍ଘନ ଦେଖିଲେ ଚାଇଲଡ ହେଲ୍ପ ଲାଇନର ଦେୟମୁକ୍ତ ନମ୍ବର ୧୦୯୮କୁ ଫୋନକରି ଜଣାଇବାକୁ ପରାମର୍ଶ ଦିଅଯାଇଥିଲା | ଏହାବ୍ୟତୀତ ଓଡାପଡା ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ବିବାହ ରେଜିଷ୍ଟର ଓ ପଳାୟନ ରେଜିଷ୍ଟର ବିଷୟରେ ସୂଚନା ଦେଇ ତାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସହଯୋଗ ପାଇଁ ଆହ୍ୱାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ପରିଚାଳନା ପ୍ରକଳ୍ପ ସହଯୋଗୀ ବିଦୁଲତା ଭଞ୍ଜ ଯୋଗଦେଇଥିଲେ |
Recent Comments