logo
add image
ବାବା ଭୋଳାନାଥ କ୍ଲବ ଓ ପାଠାଗାରର ବାର୍ଷିକଉତ୍ସବ ଅନୁଷ୍ଠିତ l 

ବାବା ଭୋଳାନାଥ କ୍ଲବ ଓ ପାଠାଗାରର ବାର୍ଷିକଉତ୍ସବ ଅନୁଷ୍ଠିତ l 

ପିପିଲି/୧୮/୨/୨୦୨୬/(ଆଧାର ମିଡ଼ିଆ)-ପିପିଲି ଅନ୍ତର୍ଗତ ପାଟଶାଣିପୁର ଗ୍ରାମସ୍ଥିତ ବାବା ଭୋଳାନାଥ କ୍ଲବ ଓ ପାଠା ଗାରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ କ୍ଲବର ସଭାପତି ଅଭିମନ୍ୟୁ ସ୍ୱାଇଁଙ୍କ ପୌରୋ ହିତ୍ୟରେ ହୋଇଥିବା ସଭାରେ ପୂର୍ବତ୍ତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ ମୁଖ୍ୟ ଅତିଥି,ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକ,ପୁରୀ ନିମାପଡା ସମବାୟ ବ୍ୟାଙ୍କ ବୋର୍ଡ ସଦସ୍ୟ ପର୍ଶୁରାମ ମହାପାତ୍ର,ଜିଲ୍ଲା ପରିଷଦ ସଦସ୍ୟ ଧରଣୀଧର ସାହୁ, ସମାଜ ସେବୀ ଆଡ଼ଭୋକେଟ ସୁରେଶ ରଥ,ସରପସଞ୍ଚ ପ୍ରତିନିଧି ବିନୟ କୁମାର ଦାଶ ଏବଂ ମନୋଜ କୁମାର ଦାଶ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏକ ଦୁର୍ନୀତି ମୁକ୍ତ,ନିଶାମୁକ୍ତ ସମାଜ ଗଠନ ଏବଂ ସମାଜ ସେବା କ୍ଷେତ୍ରରେ ଯୁବକ ମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ଲ
କ୍ଲବର ସମ୍ପାଦକ ଅଜିତ କୁମାର ମହାପାତ୍ର ବିବରଣୀ ପାଠ କରିଥିଲେ l ସଭା ମଞ୍ଚରେ ତିନିଜଣ ବରିଷ୍ଠ ନାଗରିକଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା l ତତ ସହିତ କେତକ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ସଭ୍ୟ ଅଶୋକ ଦାସ,ରାଜେଶ ପରିଡ଼ା, ପ୍ରଦୀପ ସାହୁ, ବଣ୍ଟି ନାୟକ, ଦିଲ୍ଲୀପ ସାହୁ, ପ୍ରତାପ ବାରିକ, ଦେବବ୍ରତ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ସଭା କାର୍ଯ୍ୟ ପରେ ମେଲୋଡି ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

Recent Comments

Leave Comments

Top