ପିପିଲି/୧୮/୨/୨୦୨୬/(ଆଧାର ମିଡ଼ିଆ)-୪୮୮ ଓ ୬୨୨ ବର୍ଗର ମହାବିଦ୍ୟାଳୟ ଗୁଡିକରେ ଜୁନ ୨୦୦୮ରୁ ଜୁନ ୨୦୨୦ ମଧ୍ୟରେ ପରିଚାଳନା କମିଟି ଦ୍ଵାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀ ମାନଙ୍କର ଅନୁଦାନ ସଂକ୍ରାନ୍ତୀୟ ଦାବିକୁ ନେଇଓଡିଶା ଅଣ-ସରକାରୀ ସହାୟତାପ୍ରାପ୍ତ ଅଧ୍ୟାପକ ଏବଂ କର୍ମଚାରୀ ସଂଘ( ONLEA) ର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ସିଂହଙ୍କ ସମେତ ସଙ୍ଘର ପ୍ରତିନିଧିଦଳ ଆଜି ଦ୍ୱିତୀୟଥର ଲାଗି ଓଡ଼ିଶା ସରକାରଙ୍କ ଦ୍ଵାରା ପୁନର୍ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିଙ୍କ ସହ ଆଲୋଚନା ସମ୍ପୂର୍ଣ୍ଣ ହୋଇଛି।ଏହି ଆଲୋଚନା ସମୟରେ ୨୦୦୮ ରୁ ୨୦୨୦ ମଧ୍ୟରେ କାର୍ଯ୍ୟରତ ଯୋଗ୍ୟ ଆଧ୍ୟାପକ ଓ କର୍ମଚାରୀମାନଙ୍କର ଦୀର୍ଘବର୍ଷର ସେବା, ଆର୍ଥିକ ଅସୁରକ୍ଷା ଓ ନ୍ୟାୟସଂଗତ ଦାବି ବିଷୟରେ ONLEA ପକ୍ଷରୁ ସୁସ୍ପଷ୍ଟ ଭାବରେ ମତ ରଖାଯାଇଥିଲା।
ଉଚ୍ଚସ୍ତରୀୟ କମିଟିର ସଦସ୍ୟମାନେ ONLEA ର ସମସ୍ତ ପ୍ରସ୍ତାବ ଓ ତଥ୍ୟକୁ ଗଭୀର ଧ୍ୟାନର ସହିତ ଶୁଣିଥିବା ସହ, ଏହା ଉପରେ ନୀତିଗତ ଓ ଆଇନଗତ ଦୃଷ୍ଟିକୋଣରୁ ବିଚାର କରାଯିବ ବୋଲି ଆଶ୍ୱାସନ ଦେଇଥିଲେ।ଆଲୋଚନା ପରେ ସରକାରୀ ପକ୍ଷ ଓ ବିଶେଷଜ୍ଞ କମିଟି ତରଫରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଥିବା ସହ,ଯୋଗ୍ୟ ମାମଲାଗୁଡ଼ିକୁ ନ୍ୟାୟସଂଗତ ଭାବରେ ସମାଧାନ କରିବା ଦିଗରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦିଆଯାଇଛି।ଏହି ଦ୍ୱିତୀୟ ଆଲୋଚନା ପରେ ୨୦୦୮–୨୦୨୦ ମଧ୍ୟବର୍ତ୍ତୀ GIA ନୀତି ଅନ୍ତର୍ଭୁକ୍ତି ପାଇଁ ଦୀର୍ଘଦିନ ଧରି ପ୍ରତୀକ୍ଷାରତ ଶିକ୍ଷକ ଓ କର୍ମଚାରୀମାନଙ୍କ ମଧ୍ୟରେ ନୂତନ ଆଶା ସୃଷ୍ଟି ହୋଇଛି ବୋଲି ONLEA ପକ୍ଷରୁ ଆଶା ପ୍ରକାଶ କରାଯାଇଛି।ଏହି ଆଲୋଚନାରେ ONLEA ତରଫରୁ ସଭାପତି-ଶ୍ରୀଯୁକ୍ତ ସୁଶାନ୍ତ କୁମାର ସିଂହଙ୍କ ସମେତ ଉପାଧ୍ୟକ୍ଷ- ଶ୍ରୀଯୁକ୍ତ ବିକ୍ରମ କେଶରୀ ବେହେରା,ସଚିବ-ଶ୍ରୀ ଗୁରୁପ୍ରସାଦ ଦାଶ,କୋଷାଧ୍ୟକ୍ଷ-ଶ୍ରୀ ବିଜୟ କୁମାର ପରିଡ଼ା, ସଂଯୋଜକା- ଶ୍ରୀମତୀ ଇତିଶ୍ରୀ ତ୍ରିପାଠୀ,ପରାମର୍ଶକ- ଶ୍ରୀଯୁକ୍ତ ବାନମ୍ୱର ସୁବୁଦ୍ଧି, ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମୁଦୁଲି,ଶ୍ରୀ ବିଶ୍ୱଜିତ୍ ପଣ୍ଡା ,ଶ୍ରୀ ଅନନ୍ତ କୁମାର ବେହେରା, ଶ୍ରୀ ଭଗଵାନ କୋଦାମସିଂହ, ଶ୍ରୀ ଜ୍ୟୋତିରଞ୍ଜନ ସିଂରେନ ପ୍ରମୁଖ ଉପସ୍ଥିତ ଥିଲେ।
Recent Comments