ପୁରୀ//ବଳଙ୍ଗା/୨୦/୨/୨୦୨୬/(ଆଧାର ମିଡ଼ିଆ)-ପିପିଲି ଏସ ଡି ପିଓ ଙ୍କ କାର୍ଯ୍ୟାଳୟ ଅଧୀନ ବଳଙ୍ଗା ଥାନା ଅନ୍ତର୍ଗତ ଏକ ଗ୍ରାମରେ ନାବାଳିକା ଯୁବତୀ ଦୋକାନକୁ ଯାଇଥିବା ବେଳେ ଦୋକାନ ବନ୍ଦଥିବା ନେଇ ସେଘରକୁ ଫେରୁଥିଲା. ନାବାଳିକା ସଉଦା ନନେଇ ଆସୁଥିବା ବେଳେ ସେହିଗ୍ରାମର ବଲାତ୍କାରୀ ନାବାଳକ ଯୁବକ ନାବାଳିକାକୁ ଏକ ନିଘଞ୍ଚ ଜାଗାକୁ ନେଇ ଅସଦାଚରଣ କରିଥିଲା.ନାବାଳିକା କୌଶଳ କ୍ରମେ ଖସିଆସି ଘରେ ଜଣାଇ ଥିବାରୁ ଏନେଇ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ।
ଅଭିଯୋଗ ଆଧାରରେ ଥାନାରେ ପୁଲିସ ପକ୍ଷରୁ ସମ୍ବେଦନଶୀଳ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରିରହି ଥିଲା। ଯାହା ବଳଙ୍ଗାଥାନା କେଶ ନଂ ୫୫/୨୬ ଭାରତୀୟ ନ୍ୟାୟ ସଂହିତା -୧୩୭ (୨ ).୭୬ .୭୮ .ହୋଇ ଥିଲା.ଏହି ମାମଲାକୁ ବଳଙ୍ଗା ଥାନାର ନୂତନ ମହିଳା ଦକ୍ଷ ଆଇ ଆଇ ସି ସସ୍ମିତା ସାହୁ ଗୁରୁତର ଭାବରେ ଦାୟିତ୍ୱ ନେଇ ବଲା ତ୍କାରୀ ଅଭିଯୁକ୍ତକୁ ଗିରଫକରି ଶୁକ୍ରବାର ଦିନ ପ୍ରିନ୍ସପାଲ ମାଜିଷ୍ଟ୍ରେଟ ଜୁଭେନାଇଲ ଜଷ୍ଟିସ ବୋର୍ଡ କୋର୍ଟକୁ ଗିରଫ କରି ପଠାଇଛନ୍ତି.ଅଞ୍ଚଳରେ ହୋଇଥିବା ଏବଂ ହେବାକୁ ଯାଉଥିବା ପ୍ରତ୍ୟେକ ଘଟଣାକୁ ଗୁରୁତ୍ୱ ନେଇ ରୋଡ଼ ରୋମୀୟ ଅପ ରାଧୀମୁକ୍ତ କରିବା ଲକ୍ଷ ରଖିଥିବା ଆବଶ ମିଳିଛି.
Recent Comments