logo
add image
କଣିହାଁରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କ ୧0୯ ତମ ଜୟନ୍ତୀ ପାଳନ 

କଣିହାଁରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କ ୧0୯ ତମ ଜୟନ୍ତୀ ପାଳନ 

କଣିହାଁ/୨୦/0୨/୨0୨୬/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲା କଣିହାଁ ବ୍ଲକର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ଅନ୍ୟତମ ପୁରୋଧା ତଥା ଡିକ୍ଟେଟର ସ୍ବର୍ଗତ ବିଚ୍ଛନ୍ଦ ଚରଣ ପ୍ରଧାନଙ୍କ ୧୦୯ ତମ ଜୟନ୍ତୀ ଉତ୍ସବ ତାଳଚେର ସ୍ଵାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟ କଣିହାଁ ଓ ସ୍ଵାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ବିଚ୍ଛନ୍ଦ ଚରଣ ପ୍ରଧାନ ସ୍ମୃତି ସଂସଦ, କଣିହାଁଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଯାଇଛି l ତାଳଚେର ସ୍ଵାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟ, କଣିହାଁର ସଭାପତି ଶ୍ରୀ ବିନାୟକ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟ କ୍ରମରେ ପିଏମ ଶ୍ରୀ ପବିତ୍ର ମୋହନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, କଣିହାଁର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ସିଦ୍ଧି ପ୍ରସାଦସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ନୃସିଂହ ଚରଣ ବରାଳ, କଣିହାଁ ବ୍ଲକର ପ୍ରାକ୍ତନ ଉପାଧ୍ୟକ୍ଷ ତଥା ସରକାରୀ ଓକିଲ  ତ୍ରିପୁରାରୀ ପ୍ରଧାନ,ଶିକ୍ଷକ  ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ ସ୍ବର୍ଗତ ପ୍ରଧାନଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରି ସ୍ମୃତି ଚାରଣ କରିଥିଲେ l
ପ୍ରାରମ୍ଭରେ ସ୍ଵାଧୀନତା ସଂଗ୍ରାମୀ ବିଚ୍ଛନ୍ଦ ଚରଣ ପ୍ରଧାନଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ସଂଗ୍ରାମୀଙ୍କ ସ୍ମୃତିରେ ସ୍ମରଣିକା "ପ୍ରଣାମ ସଂଗ୍ରାମୀ" ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା l ତାଳଚେର ସ୍ଵାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟ, କଣିହାଁର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସେଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କଣିହାଁ ଗ୍ରାମ ପଞ୍ଚାୟତର ପ୍ରାକ୍ତନ ସମିତିସଭ୍ୟ ତଥା ଯୁବନେତା ଦେବେନ୍ଦ୍ର ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ l ସାମ୍ବାଦିକ କଷ୍ଟୁ ଚରଣ ସାମଲ,ଟୁନା ସାହୁ,ମହେଶ୍ୱର ନାଏକ,ବିଜେପି କଣିହାଁ ମଣ୍ଡଳ ସଭାପତି ସୁଶାନ୍ତ ସାମଲ, ପ୍ରେମାନନ୍ଦ ସାହୁ, ମନୋଜ କୁମାର ପ୍ରଧାନ, ନନ୍ଦ କିଶୋର ପ୍ରଧାନ,ଆନନ୍ଦ ପ୍ରଧାନ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ମହାନ୍ ସଂଗ୍ରାମୀଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

Recent Comments

Leave Comments

Top