କଟକ/୧୯/୧୨/୨୦୨୬/(ଆଧାର ମିଡ଼ିଆ)-ଜଗତପୁର ଥାନା ପାଗାଫାଣ୍ଡି ଅଧିନ ମହାଜନପୁର ପଞ୍ଚାୟତରେ ଜନୈକ ବ୍ୟକ୍ତିଙ୍କ ଘରେ ବାଣ ବିସ୍ଫୋରଣରେ ୩ଜଣ ଗୁରୁତର ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କାଯୁଆଲ୍ଟୀ ରେ ଚିକିତ୍ସା ହେବା ସମୟରେ ଦୁଇଜଣଙ୍କ ମୃତ ହେଇଥିବା ସୂଚନା ।ତେବେ ପୁଲିସ ଏହି ଘଟଣାର ପ୍ରାଥମିକ ତଦନ୍ତ କରିବା ସମୟରେ ଦୋଳଯାତ୍ରାକୁ ଦୃଷ୍ଟିରେରଖି ସଂପୃକ୍ତ ବ୍ୟକ୍ତିଙ୍କ ଘରେ ବିପୁଳ ପରିମାଣର ବାଣତିଆରି ଓ ମହଜୁଦ ରହିଥିବା ସମ୍ପର୍କରେ ଜାଣିବାକୁ ପାଇଥିଲା। ତେବେ ବାଣ ବିସ୍ଫୋରଣର କାରଣ ପୋଲିସ ସଠିକ୍ ସୂଚନା ଦେଇନାହିଁ।
ପ୍ରାପ୍ତ ସୂଚନା ମୁତାବକ,ଜଗତପୁର ଥାନା ମହାଜନପୁର ପଞ୍ଚାୟତ ନାୟକ ସାହିର ଗୋବିନ୍ଦ ନାୟକ ଓରଫ ଠୁରିଆଙ୍କ ଘରେ ଦୋଳଯାତ୍ରା ପାଇଁ ପ୍ରତିବର୍ଷ ବାଣ ପ୍ରସ୍ତୁତ ହୋଇଥାଏ। ତେବେ ବିପୁଳ ପରିମାଣର ବାଣ ତାଙ୍କଘରେ ଗଛିତ ରହିଥିବା ବେଳେ ଅଧିକବାଣ ପ୍ରସ୍ତୁତ କରାଯାଉଥିଲା। ଆଜି ସନ୍ଧ୍ୟା ସମୟରେ ଗୋବିନ୍ଦ ସ୍ଥାନୀୟ ବଜାରକୁ ଯାଇ ଥିବାବେଳେ ତାଙ୍କଘରେ ପ୍ରଚଣ୍ଡ ଶଦ୍ଦକରି ବାଣ ବିସ୍ଫୋରଣ ଘଟିଥିଲା। ଏହାର ପ୍ରଭାବରେ ଘରର ସମ୍ପର୍ଣ୍ଣ ଛାତ ଓ ସିଡି ପାହାଚ ଭାଙ୍ଗିଯାଇଛି। ଏହି ବିସ୍ଫୋରଣରେ ଗୋବିନ୍ଦଙ୍କ ପତ୍ନୀ ସୁଧାଂଶୁବାଳା,ବୋହୂ ପ୍ରଭାତୀ ଓ ୩ବର୍ଷୀୟା ନାବାଳିକା ନାତୁଣୀ ସ୍ମୀତପ୍ରଜ୍ଞା ଘରେ ଥିବାସମୟରେ ବିସ୍ପୋରଣ ଘଟିଥିଲା।
ଖବରପାଇ ସାଲେପୁର ଦମକଳ ବାହିନୀ ଓ ଜଗତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ତେବେ ଏହି ଘଟଣାରେ ପୁଲିସ ବାଣ ବ୍ୟବସାୟୀ ଗୋବିନ୍ଦଙ୍କୁ ପଚରାଉଚରା କରିବା ସହ ଘଟଣାର ଅଧିକ ତଥ୍ୟ
ପାଇଁ ଖୋଳତାଡ ଜାରିରଖିଛି। ତେବେ ସବୁଠାରୁ ବଡ଼ କଥାହେଉଛି ଏହି ଗାଁରେ ଅଧିକାଂଶ ଲୋକ ବାଣ ତିଆରି
କରି ବ୍ୟବସାୟ କରନ୍ତି। ପୂର୍ବରୁ ଅନେକ ଥର ଏହି ଗାଁରେ ପୋଲିସ ବାଣ ଜବତକରିଛି। ତେବେ ପ୍ରଶାସନ ଏଭଳି ବେଆଇନ ବାଣ ତିଆରି ଉପରେ କାହିଁକି ରୋକ୍ ଲଗାଇବାରେ ବିଫଳ ହୋଇଛି ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଜୋରଧରିଛି।
Recent Comments