ପିପିଲି/୨୧/୨/୨୦୨୬/(ଆଧାର ମିଡ଼ିଆ)-ଶୁକ୍ରବାର ରାତିରେପିପିଲି ଏସ ଡିପିଓ କାର୍ଯ୍ୟାଳୟ ଅଧୀନ ବଳଙ୍ଗା ଥାନା ଅନ୍ତର୍ଗତ ଏକ ଗ୍ରାମରେ ନାବାଳିକା ପ୍ରେମିକାକୁ ଭେଟିବାକୁ ଆସିଥିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ହୋଇଛି। ଯୁବକକୁ କାବୁକରି ପରିବାର ଲୋକେ ନିସ୍ତୁକ ଛେଚି ପୁଲିସ ଜିମାଦେଇଛନ୍ତି । ସୂଚନା ମୁତାବକ ନୟାଗଡ ଜିଲ୍ଲାର ଜଣେ ଯୁବକ ବଳଙ୍ଗା ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୪ ବର୍ଷିୟା ନାବାଳିକାଙ୍କ ମଧ୍ୟରେ ରଙ୍ଗ ନମ୍ବରକୁ ନେଇ ପ୍ରେମ ସମ୍ପର୍କ ଗଢିଉଠିଥିଲା.ନାବାଳିକା ଜଣକ ଯୁବକଙ୍କୁ ତାଙ୍କଘର ଲୋକେସନ ପଠାଇ ଡକାଇବାରେ ଯୁବକ ଜଣକ ତାଙ୍କର ଜଣେ ସାଙ୍ଗଙ୍କ ସହ ବାଇକ ଯୋଗେ ନାବାଳିକାକୁ ଦେଖା କରିବାକୁ ଆସିଥିଲେ ।
ଯୁବକଙ୍କ ଜଣକ ନାବାଳିକା ଘର ବାରିପଟେ ଲୁଚିଥିବା ବେଳେ ନାବାଳିକା ବାପାଙ୍କ ହାବୁଡରେ ପଡିଯାଇଥିଲେ । ଫଳରେ ଯୁବକକୁ ନିସ୍ତୁକ ଛେଚିବା ସହ ଯୁବକ ଓ ତାଙ୍କ ସାଙ୍ଗକୁ ଅଟକ ରଖ୍ ବଳଙ୍ଗା ପୁଲିସକୁ ଖବର ଦେଇ ଦେଇଥିଲେ । ଖବର ପାଇ ବଳଙ୍ଗା ପୁଲିସ ଘଟଣା ସ୍ଥଳରେ ପହଂଚି ଅଟକ ଥିବା ୨ଜଣଙ୍କୁ ଥାନାକୁ ଆଣିଥିଲା । ଶନିବାର ପୂର୍ବାହ୍ନରେ ଉଭୟ ପରିବାର ମଧ୍ୟରେ ସମାଧାନ ହେବା ପରେ ଯୁବକକୁ ପୁଲିସ ରଫା ନାମା ବଳରେ ଛାଡିଦେଇଥିବା ଜଣାପଡିଛି ।
Recent Comments