logo
add image
କରଡା ଜଙ୍ଗଲରେ ଏନକାଉଣ୍ଟର,ଦୁଇ ମାଓବାଦୀ ନିହତ

କରଡା ଜଙ୍ଗଲରେ ଏନକାଉଣ୍ଟର,ଦୁଇ ମାଓବାଦୀ ନିହତ

କନ୍ଧମାଳ/୨୨/୦୨/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା କରଡ଼ା ପଞ୍ଚାୟତର ନିଟିବାଡି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ଦୁଇ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଥିବା ସୂଚନା ମିଳିଛି ।ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅନ୍ତର୍ଗତ କରଡା ଜଙ୍ଗଲରେ ମାଓ ଗତିବିଧି ସୂଚନା ପାଇ ଏସଓଜି ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ସମୟରେ ଜଙ୍ଗଲରେ ଲୁଚିଥିବା ମାଓବାଦୀମାନେ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଥିଲା।
ଏହି ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା କ୍ୟାଡର ଥିବା ଜଣାପଡିଛି। ମାର୍ଚ୍ଚ ଶେଷ ସୁଦ୍ଧା ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ ଯେଉଁ ପ୍ରକ୍ରିୟା ଚାଲିଛି, ସେଥିରେ କନ୍ଧମାଳ ଜିଲାରେ କିଛି ମାଓବାଦୀ ଆତ୍ମଗୋପନ କରିଛନ୍ତି । ଏହାକୁ ନେଇ କିଛି ଦିନ ହେଲା କମ୍ବିଂକୁ ଜୋରଦାର କରାଯାଇଛି । ଗତ ସପ୍ତାହରେ ରାଇକିଆ ଥାନା ଇନ୍ଦ୍ରଗଡ ପଞ୍ଚାୟତରେ ମଧ୍ୟ ପୋଲିସ ମାଓବାଦୀ ମୁହମୁହିଁ ହେବା ସହ ଗୁଳିବିନମୟ ହୋଇଥିଲା । ଏଥିରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ । ଉକ୍ତ ଜଙ୍ଗଲରେ ଏବେବି କମ୍ଵିଂ ଅପରେସନ ଜାରି ରହିଛି।

Recent Comments

Leave Comments

Top