ନୂଆପଡା/୨୨/୦୨/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ନୂଆପଡ଼ା ଜିଲ୍ଲା ନୂଆପଡା ଓ କୋମନା ବ୍ଲକରେ ବିଗତ କିଛିଦିନ ହେଲା ପାୱାରକଟ ହେଉଥିଲା l ଏହା ଓ.ପି.ଟି.ସି.ଏଲ୍ ଗ୍ରିଡ୍ ରେ କ୍ଷମତା ଉନ୍ନତିପାଇଁ ନିର୍ମାଣ କାମ ହେଉଥିଲା l ନିକଟରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଭେରା ଠାରେ ଥିବା ୧୩୨/୩୩କେଭି ଗ୍ରୀଡ୍ ପରିଦର୍ଶନ କରିଥିଲେ। ଦଶମ ବୋର୍ଡପରୀକ୍ଷା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାପାଇଁ ସେ ପୂର୍ବରୁ ୨୦MVA ରୁ ୪୦MVA ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ କମିଶନିଂ ଏବଂ ଚାର୍ଜିଂ କାମ ଦ୍ରୁତଗତିରେ ସମ୍ପନ୍ନ କରିବା ପାଇଁ ନୂଆପଡାର OPTCL, DGM ଏବଂ TPWoDLଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହା ସହିତ କାର୍ଯ୍ୟନିର୍ବାହୀ ସଂସ୍ଥା ସହିତ ଫୋନ୍ ମାଧ୍ୟମରେ କଥା ହୋଇଥିଲେ।ଫଳ ସ୍ୱରୂପ ୨୧ ତାରିଖରେ ପ୍ରାୟ ରାତି ୮ ଘଣ୍ଟା ସମୟରେ ଗ୍ରିଡରେ ୪୦ ଏମ୍ ଭି ଏ ଟ୍ରାନ୍ସଫର୍ମର ସଫଳତାର ସହିତ କାର୍ଯ୍ୟକ୍ଷମ କରାଯାଇଛି l ଏତଦ୍ଵାରା ଆଶା କରାଯାଉଛି ଯେ ଏହିବର୍ଷ ଗ୍ରୀଷ୍ମ ସମୟରେ ନୂଆପଡ଼ା ଓ କୋମନା ବ୍ଲକରେ ବିଜୁଳି ସମସ୍ୟାର ସମାଧାନ ହୋଇ ପାରିବ l ଗ୍ରୀଷ୍ମ ଋତୁରେ ଜିଲ୍ଲାରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଜିଲ୍ଲାପାଳ ବିଦ୍ୟୁତ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି l ବୁର୍ଲା ଜୋନର ସିନିୟର ଜୀ.ଏମ୍. ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ,ବଲାଙ୍ଗିର ସର୍କଲ ଜୀ.ଏମ୍ ଶ୍ରୀଯୁକ୍ତ କବି ଚନ୍ଦ୍ର ପଟ୍ଟନାୟକ,ଶ୍ରୀଯୁକ୍ତ ଗଜ୍ରେ କର୍କେଟ୍ଟା, (ଡି.ଜୀ.ଏମ୍, ନୂଆପଡା), ଶ୍ରୀଯୁକ୍ତ ବେଣୁଧର ପରିଡ଼ା (ଡି.ଜୀ.ଏମ୍, କେସିଙ୍ଗା) ଏବଂ ବେଣୁଧର ପ୍ରଧାନ (ଡି.ଜୀ.ଏମ୍ ବୁର୍ଲା) ଙ୍କ ଉପସ୍ଥିତିରେ ନୂତନ ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ ହୋଇଛି l ଏଣୁ ଏଣିକି ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟା ରହିବ ନାହିଁ ବା ପାୱାରକଟ ହେବନାହିଁ ବୋଲି ଜଣାପଡିଛି l
Recent Comments