logo
add image
ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ତିନିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ

ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ତିନିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ

ଗୁଣୁପୁର/୨୩/୨/୨୬/(ଆଧାର ମିଡ଼ିଆ)-ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ବବିଦ୍ୟାଳୟ ପରିସରେ ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ "ଜୈବ ଚିକିତ୍ସା ବିଜ୍ଞାନ ଅଭିନବ ତା,ମାଲିକାନା,ଅନୁବାଦ ଅନୁସନ୍ଧାନ ଏବଂ ବୌଦ୍ଧିକ ସମ୍ପତି" ସମ୍ପର୍କତ ତିନିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ବାୟଟ୍ରିପ୍ -୨୦୨୬ ଉଦ୍ଘାଟିତ ହୋଇଯାଇଛି। ଏହି ସମ୍ମିଳନୀ ନୂଆଦିଲ୍ଲୀ ସ୍ଥିତ ଡି ଆର ଡି ଓ, ନୂଆଦିଲ୍ଲୀ ସ୍ଥିତ ଅମୃତ କୃଷି,ବିଶ୍ଵବିଦ୍ୟାଳୟର ଇ ୟୁବା କେନ୍ଦ୍ର ଏବଂ ଇଁକୁବାସନ କେନ୍ଦ୍ରର ମିଳିତ ଅନୁକୁଲ୍ୟରେ ଆୟୋଜିତ ଏହି ସମ୍ମିଳନରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ସ୍ଥିତ ଓଡ଼ିଶା କୃଷି  ବିଶ୍ୱବିଦ୍ୟାଳୟର ପ୍ରଫେସର ଅମ୍ବିକା ପ୍ରସାଦ ଖାଡଙ୍ଗା ଯୋଗଦେଇ ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ଗବେଷଣା ନିମନ୍ତେ ନିଜକୁ ନିୟୋଜିତ କରିବା ସହ ସମାଜର ମଙ୍ଗଳପାଇଁ ଚିନ୍ତା କରିବାକୁ କହିଥିଲେ । ମୁଖ୍ୟବ୍ୟକ୍ତା ଭାବେ ନୂଆଦିଲ୍ଲୀ ସ୍ଥିତ ଜବାହରଲାଲ ନେହୂରୁ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଅନୁପମା ନଂବୁରୁ ଯୋଗଦେଇ ବର୍ତ୍ତମାନ ନୂତନ ବୈସଇକ ଜ୍ଞାନକୁ ଚିକିତ୍ସା ବିଜ୍ଞାନରେ ଉପୋ ଜୋଗ କରିବା ଦ୍ୱାରା ଜଟିଳ ରୋଗରୁ ଉପଶମ ମିଳିବ ବୋଲି ମତପ୍ରକାଶ କହିଥିଲେ।
ସମ୍ମାନୀୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର ଉପ ସଭାପତି ଡ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗଦେଇ ବୌଦ୍ଧିକ ସମ୍ପତ୍ତିର ଆବଶ୍ୟ କତା ଏବଂ ଏହାର ଉପଯୋଗିତା ବିଷୟରେ କହିଥିଲେ। ବିଶ୍ଵବିଦ୍ୟାଳୟର ଉପ କୁଳପତି ଡ ଏ ଭି ଏନ୍ ଏଲ ଶର୍ମା ଯୋଗ ଦେଇଥିଲେ। ସମ୍ମିଳନୀର ଆବାହକ ଡ ମାୟାଧର ବାରିକ ସ୍ବାଗତ ଭାଷଣ ଦେଇଥିବାବେଳେ ସହ ଆବାହକ ଡ ମନୋଜ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ସମ୍ମୀଳନୀରେ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଏହି ସମ୍ମିଳନୀରେ ଦେଶ ତଥା ବିଦେଶର ବହୁ ଗବେଷକ ସେମାନଙ୍କର ସନ୍ଦର୍ଭ ପାଠ କରିବାର କାର୍ଯ୍ୟକ୍ରମ ରହିଛି।

Recent Comments

Leave Comments

Top